ଭୁବନେଶ୍ୱର: ରାଉରକେଲା-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍ ସବୁଦିନ ଚାଲିବ । ନଭେମ୍ବର 7 ଅର୍ଥାତ୍ ଆଜିଠାରୁ ଡିସେମ୍ବର 31 ପର୍ଯ୍ୟନ୍ତ ଏହା ସବୁଦିନ ଚାଲିବ । ଭୁବନେଶ୍ୱର-ରାଉରକେଲା ସ୍ୱତନ୍ତ୍ର ଟ୍ରେନ (02861/02862) ସପ୍ତାହକୁ ପାଞ୍ଚ ଦିନ ପରିବର୍ତ୍ତେ ସବୁ ଦିନ ଚଳାଚଳ କରିବ । ରାଉରକେଲାରୁ ସକାଳ 5ଟା 10ରେ ଛାଡ଼ି ଭୁବନେଶ୍ୱରରେ ଅପରାହ୍ନ 12ଟା 30ରେ ପହଞ୍ଚିବ । ସେହିପରି ଭୁବନେଶ୍ୱର-ରାଉରକେଲା ଟ୍ରେନ (02862) ଭୁବନେଶ୍ୱରରୁ ଅପରାହ୍ନ 2ଟା 10ରେ ଛାଡ଼ି ରାଉରକେଲାରେ ରାତି 9ଟା 40ରେ ପହଞ୍ଚିବ । ଏହି ବିଶେଷ ଟ୍ରେନ ପୂର୍ବରୁ 8ଟି କୋଚ ପରିବର୍ତ୍ତେ ଏବେ 10ଟି କୋଚ ସହିତ ଚଳାଚଳ କରିବ ।