ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି 45 ହଜାର 903 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 490ଜଣଙ୍କ ମୃତ୍ୟୁ ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 85 ଲକ୍ଷ 53 ହଜାର 657କୁ ବୃଦ୍ଧି ହୋଇଛି । ସେହିପରି ମୋଟ୍ ମୃତ୍ୟୁ ସଂଖ୍ୟା 1 ଲକ୍ଷ 26 ହଜାର 611କୁ ବୃଦ୍ଧି ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଏବେ ସୁଦ୍ଧା ଦେଶରେ 79 ଲକ୍ଷ 17 ହଜାର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 48 ହଜାର 405 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ଏବେସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 11 ହଜାରରେ ରହିଛି । ଆଇସିଏମ୍ଆରର ସୂଚନା ଅନୁସାରେ ଏବେ ସୁଦ୍ଧା ଦେଶରେ 11 କୋଟି 85 ଲକ୍ଷ ନମୁନା ପରୀକ୍ଷଣ ହୋଇଛି ।