ନିର୍ବାଚନ କମିଶନ ବିଜେପି ହାତର ଖେଳଣା : ସିପିଏମ୍

Published: Mar 26, 2019, 5:56 pm IST
mla balakrishna statement on ec and bjp

ଭାରତୀୟ ଜନତା ପାର୍ଟି (ବିଜେପି) ନିର୍ବାଚନ କମିଶନଙ୍କୁ ନିଜ ହାତର ଖେଳଣା ଭଳି ବ୍ୟବହାର କରୁଛି ବୋଲି ସିପିଏମ୍‌ ପକ୍ଷରୁ ଅଭିଯୋଗ କରାଯାଇଛି । ତାମିଲନାଡୁ ସିପିଏମ୍‌ ସଚିବ କେ ବାଳକ୍ରିଷ୍ଣନ ଏହି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ପ୍ରତିମୁର୍ତ୍ତିରେ ମାଳ ଚଢାଇବାରୁ ବିପକ୍ଷ ଦଳର ନେତାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧିର ମାମଲା ଲଗାଯାଉଛି । ନିର୍ବାଚନୀ ଅଫିସର ବଦଳାଇବା ନିମନ୍ତେ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିବ ବୋଲି ଶ୍ରୀ ବାଳକ୍ରିଷ୍ଣନ କହିଛନ୍ତି । ସେହିପରି ବିଭିନ୍ନ ଦଳକୁ ଏହାର ସଙ୍କେତ ପ୍ରଦାନ କରିବା ନେଇ ନିର୍ବାଚନ କମିଶନ ମଧ୍ୟ ଦୋମୁହାଁ ନୀତି ଆପଣଉଛନ୍ତି ବୋଲି ସେ କହିଛନ୍ତି । ସେହିପରି ତୁତିକୋରିନ୍‌ରେ ପାେଲିସ୍‌ ଗୁଳିରେ ୧୩ ଜଣ ନିହତ ହେବା ନେଇ ବିବାଦୀୟ ବୟାନ ଦେଇଥିବା ଟାମିଲିସାଇ ସୌନ୍ଦରାଜନଙ୍କୁ ସମାଲୋଚନା ମଧ୍ୟ କରିଥିଲେ ।

Related posts