ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୧୦୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣଙ୍କର ମୃତ୍ୟୁ ଘଟିଛି। ୪୧ ହଜାର ୧୦୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଲକ୍ଷ ୧୪ ହଜାର ୫୭୯ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୫୨୦ ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୯ ହଜାର ୬୩୫ ରେ ପହଞ୍ଚିଛି। ତେବେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୮୨ ଲକ୍ଷ ୫ ହଜାର ୭୨୮ରେ ପହଞ୍ଚିଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୯ ହଜାର ୨୧୬ ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦେଇଛି।