
ବାଲେଶ୍ବର : ତ୍ରିବେଣୀ ଘାଟରେ ବୁଡିଗଲେ ତିନି ଯୁବକ । ମନ୍ଦାରପୁର ପଞ୍ଚାୟତ କାଠସଙ୍ଗଡା ଗାଁ ନିକ ତ୍ରିବେଣୀ ଘାଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ନୀଳଗିରିରୁ 5 ଜଣ ଯୁବକ ବୁଲିବାକୁ ଆସି ଗାଧୋଇବା ବେଳେ ଏହି ଅଘଟଣ ଘଟିଛି। ଘାଟରୁ ଜଣକର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣଙ୍କୁ ଖୋଜାଖୋଜି ଚାଲିଛି । ସେହିପରି ଅନ୍ୟ ଦୁଇ ଯୁବକ ପହଁରି ପହଁରି କୂଳକୁ ପଳାଇ ଆସିଥିବାର ସୂଚନା ରହିଛି । ନିଖୋଜ ଯୁବକଙ୍କୁ ଡଙ୍ଗା ସାହାଯ୍ୟରେ ସ୍ଥାନୀୟ ଲୋକେ ଖୋଜାଖୋଜି କରୁଛନ୍ତି ।
Tags: ନଦୀରେ ବୁଡି, ଯୁବକ