କଳାକାରଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

Published: Nov 16, 2020, 9:43 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ କରୋନାରୁ ପ୍ରକୋପ ଯୋଗୁଁ ଶହଶହ କଳାକାର, ଅଭିନେତା, ଅଭିନେତ୍ରୀ ଯେଉଁମାନେ ମଂଚ ନାଟ୍ୟକୁ ସମ୍ବଳ କରି ଜୀବନ ଜୀବିକା ଅତିବାହିତ କରୁଥିଲେ ସେମାନେ ଆଜି କାଳରୂପି କରୋନା ପ୍ରତିହିତ ପାଇଁ ହୋଇଥିବା ସରକାରୀ ନିୟମର କବଳରେ କବଳିତ। ଭୋକ ଉପବାସ ଆଉ ଦାରିଦ୍ର‌୍ୟର ଉତ୍ପୀଡ଼ନରେ କେବଳ ସେମାନଙ୍କ ଜୀବନ ଜୀବିକାର ସମାପ ଘଟିବନି, ତାହା ସହିତ ମଂଚକଳା, ମଂଚନାଟକ ପାଇଁ ଓଡ଼ିଶାକୁ ଗଂଜାମ ଜିଲ୍‌ଲା ଦାନ କ୍ଷେତ୍ରରେ ଏକ ବିରାଟ ସଂକଟ ଦେଖାଦେବ। ତେଣୁ ଗଂଜାମ ଜିଲ୍ଲାର କଳାକାରଙ୍କ ଜୀବନ ଜୀବିକାର ସୁରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଦୁଃସ୍ମ କଳାକାରଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ଗଂଜାମ ଜିଲ୍ଲାର ପ୍ରତିଟି ସାଂସ୍କୃତିକ କାର୍ଯ୍ୟକ୍ରମ ଉନ୍ମୋକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ସଂଗେ ସଂଗେ କଳାକ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସକାଶେ ଅନୁମତି ପ୍ରଦାନ କରିବା ନିମନ୍ତେ ଗଂଜାମ ଜିଲ୍ଲା କଳାକାର ମହାସଂଘ ଆପଣଙ୍କୁ କରବଦ୍ଧ ନିବେଦନ କରିଛନ୍ତି। ଏଭଳି ସଙ୍କଟମୟ ପରିସ୍ଥିତିରେ କଳାକାରଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ କରିବା ନିମନ୍ତେ ବିନମ୍ର ଅନୁରୋଧ କରିଛନ୍ତି।

Related posts