ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ମହତ୍ତ୍ବପୂର୍ଣ୍ଣ ସନ୍ଦେଶ ଦେଇଛନ୍ତି। ମହାକାଶରେ ଭାରତର ସଫଳତାକୁ ନେଇ ଦେଶବାସୀଙ୍କ ନିକଟରେ ବାର୍ତ୍ତା ରଖିଛନ୍ତି ପ୍ରଧାନମନ୍ତ୍ରୀ। ନିର୍ବାଚନର ଦୁଇ ସପ୍ତାହ ପୂର୍ବରୁ ମୋଦି ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ମୋଦି। ତେବେ ଏହି ସନ୍ଦେଶ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏନେଇ ଏକ ଟୁଇଟ୍ କରିଥିଲେ। ମହାକାଶରେ ଭାରତ ନିଜର ମିଶନଶକ୍ତି ଜରିଆରେ ଚତୁର୍ଥ ଦେଶ ଭାବେ ନିଜର ପରାକାଷ୍ଠା ଦେଖାଇଛି ।ରୁଷ୍ , ଆମେରିକା ଓ ଚୀନ ପରେ ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତାର ଅଧିକାରୀ ହୋଇଛି। ମାତ୍ର ୩ ମିନିଟ୍ରେ ଏହି ସାଟେଲାଇଟ୍ ପୃଥିବୀ ପୃଷ୍ଠରେ ଏକ ଜୀବନ୍ତ ସାଟେଲାଇଟ୍କୁ ନଷ୍ଟ କରିବାରେ ସକ୍ଷମ ହୋଇଥିଲା । ଆଣ୍ଟି ସାଟଲାଇଟ୍ ହତିଆର ସାହାଯ୍ୟରେ ଏହା କରିବାରେ ସକ୍ଷମ ହୋଇଥିଲା ଏହି ସାଟେଲାଇଟ୍ । ଏହା ଭାରତର ବୈଜ୍ଞାନିକ, ଯୋଜନାତ୍ମକ ଏବଂ ଅର୍ଥନୈତିକ ଅଭିବୃଦ୍ଧିର ସୂଚନା ପ୍ରଦାନ କରୁଛି ବୋଲି ମୋଦି କହିଥିଲେ । ଯାହା ଦେଶର ସୁରକ୍ଷା ସହ ଦେଶକୁ ଉନ୍ନତିରେ ସହାୟକ କରାଇବ । ଆଜିର ଏହି ମିଶନ୍ ଶକ୍ତି କାର୍ଯ୍ୟକ୍ରମ ଭାରତର ପ୍ରତିରକ୍ଷା ସହିତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ବୈଷୟିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବା ପୂର୍ବରୁ ସିସିଏସ୍ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ମଧ୍ୟ ହୋଇଯାଇଛି ।
ଦେଶବାସୀଙ୍କ ଉଦ୍ଦେଶ୍ୟରେ ମହତ୍ତ୍ବପୂର୍ଣ୍ଣ ବାର୍ତ୍ତାରେ ମହାକାଶରେ ଭାରତର ସଫଳତାକୁ ବର୍ଣ୍ଣନା କଲେ ମୋଦି
Published:
Mar 27, 2019, 12:56 pm IST
Tags: