
ନୂଆଦିଲ୍ଲୀ, ଆଜି କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ନୂଆଦିଲ୍ଲୀରେ ସେ ଏହି ସାକ୍ଷାତ କରି ଛତିଶଗଡର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ସାକ୍ଷାତ ଅବସରରେ ସେ ଧର୍ମେନ୍ଦ୍ରଙ୍କୁ ଦୀପାବଳି ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ଆଜି ବାଘେଲ ନୂଆଦିଲ୍ଲୀ ଗସ୍ତ ସମୟରେ ଗୃହମନ୍ତ୍ରୀ ଅମିତ ସାହା ସମେତ ବିଭିନ୍ନ ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି।