ଭୁବନେଶ୍ୱର : ବିଧାନସଭାରେ ଆଜି ଶପଥ ନେଇଛନ୍ତି ନବନିର୍ବାଚିତ ଦୁଇ ଜଣ ବିଜେଡି ବିଧାୟକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । 20 ତାରିଖ ବିଧାନସଭା ଅଧିବେଶନରେ ଉଭୟେ ଭାଗ ନେବେ।
ସୂଚନାଯୋଗ୍ୟ, ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନଭେମ୍ବର3 ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା । ନଭେମ୍ବର 10 ତାରିଖରେ ଗଣତି ପରେ ଫଳାଫଳ ପ୍ରକାଶ ପାଇଥିଲା । ଉଭୟ ବାଲେଶ୍ଵର ଓ ତିର୍ତ୍ତୋଲ ଆସନ ବିଜେଡି ହାତକୁ ଆସିଥିଲା ।