
ଭୁବନେଶ୍ବର, ଆଜି ଭାରତର ପ୍ରଥମ ତଥା ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତି। ସେ 1917 ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ସ୍ଥାନରେ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି। ସେହିପରି ଭୁବନେଶ୍ବର ପ୍ରଦେଶ କଂଗ୍ରେସ କମିଟ ତରଫରୁ ମଧ୍ୟ ଇନ୍ଦିରାଙ୍କ ଜନ୍ମ ଜୟନ୍ତି ପାଳନ କରାଯାଇଛି। କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୟରେ ଶତାଧିକ କଂଗ୍ରେସ କର୍ମି ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଭୁବନେଶ୍ବରର ଇନ୍ଦିରା ପାର୍କରେ କର୍ମିମାନେ ଏକାଠି ହୋଇ ଇନ୍ଦିରାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।