ସୀତାରାମ ଅଗ୍ରଓ୍ବାଲ
ବାଣପୁର : ସନ୍ଦେହଜନକ ଭାବେ ଯୁବକଙ୍କ ମୃତ୍ୟୁ । ରୁଜୁ ହେଲା ଅପମୃତ୍ୟ ମାମଲା । ଯୁବକ ଜଣକ ହେଉଛନ୍ତି ଜ୍ୟୋତିରଞ୍ଜନ ଖୁଣ୍ଟିଆ(୨୫) ଏବଂ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବଜାରରେ ବୋଲି ଜଣାପଡିଛି । ତାଙ୍କର ନାଚୁଣୀ ବଜାରରେ ଏକ ଔଷଧ ଦୋକାନ ମଧ୍ୟ ଅଛି । ପୋଲିସ ଠୁ ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଜ୍ୟୋତିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ମେଡିକାଲରେ ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟର କାରଣ ଅସ୍ପଷ୍ଟ ଥିବାଯୋଗୁଁ ଡାକ୍ତର ଏ ବିଷୟ ନେଇ ନାଚୁଣୀ ଫାଣ୍ଡିକୁ ସୂଚନା ଦେବାପରେ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରିବା ସହ କେସ ନମ୍ବର ୨୭/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବେଛଦ ପାଇଁ ବାଣପୁର ମେଡିକାଲକୁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି ।