ରାଉରକେଲା: ସ୍ଥାନୀୟ ଉଦିତନଗର ହାଇସ୍କୁଲ ପଡ଼ିଆରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପଡ଼ିଆରେ ଥିବା ହଜାର ହଜାର ପ୍ଲାଷ୍ଟିକ ପାଇପରେ ଅଗ୍ନିକାଣ୍ଡ ଘଟିଛି । ସହରର ସ୍ୱରେଜ କାମ ପାଇଁ ଗଚ୍ଛିତ ରଖାଯାଇଥିବା ପ୍ଲାଷ୍ଟିକ ପାଇପରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ 4ଟି ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ଅନ୍ୟପକ୍ଷରେ ପାଇପକୁ ହଟାଇବା ପାଇଁ 2ଟି ଜେସିବିକୁ ନିୟୋଜିତ କରାଯାଇଛି ।