ଭବାନୀପାଟଣା : ପ୍ରେମ ନିବେଦନ କରିବା ଜଣେ ସରପଞ୍ଚଙ୍କୁ ବେଶ୍ ମହଙ୍ଗା ପଡିଛି । ପ୍ରେମ ନିବେଦନ କରି ସରପଞ୍ଚ ଏବେ ବନ୍ଧା ହୋଇଛନ୍ତି । ଆବାସ ଯୋଜନାରେ ଘର ଯୋଗାଇବା ବାହାନାରେ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ସରପଞ୍ଚ। ଏନେଇ ଅଭିଯୋଗ ହେବା ପରେ କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ପୁଲିସ ଆଜି ଅଭିଯୁକ୍ତ ସରପଞ୍ଚ ରମେଶ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସମ୍ପୃକ୍ତା ଯୁବତୀଙ୍କ ଏତଲା ଆଧାରରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।