ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କରୋନା କଟକଣା କିଛି ପରିମାଣରେ ହ୍ରାସ ହେବା ପରେ ରାଜ୍ୟରେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୁଣି ହେଲ୍ମେଟ ଚେକିଂ କରାଯିବା ସହ ଗାଡ଼ି କାଗଜପତ୍ର ଯାଞ୍ଚ କଡ଼ାକଡ଼ି କରିଯିବାକୁ ଆଜି ଚିଠି ହୋଇଛି। ହେଲ୍ମେଟ୍ ପିନ୍ଧି ନଥିଲେ ନିଲମ୍ବିତ ହେବେ ଦୁଇଚକିଆ ଯାନ ଚାଳକଙ୍କ ଡ଼ିଏଲ୍, ଖିଲାପୀ ଚାଳକଙ୍କୁ ଡ଼୍ରାଇଭିଂ ଲାଇସେନସ ୩ ମାସ ପାଇଁ ରବ୍ଦ କରାଯିବ।
ଏହାସହ ନିୟମ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ଡ଼ିଜିପିଙ୍କୁ ଚିଠି ଲେଖିଲେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଡ଼ିଏଲ୍ ନିଲମ୍ବନର ଜିଲ୍ଲାୱାରୀ ରିପୋର୍ଟ ୭ ଦିନରେ ଦାଖଲ ପାଇଁ ଚିଠି, ୨୦୧୯ ଓ ୨୦୨୦ ଅକ୍ଟୋବର ଯାଏଁ ଖିଲାପର ରିପୋର୍ଟ ଦେବେ ଡ଼ିଜିପି। ସୁପ୍ରିମକୋର୍ଟ କମିଟିରେ ଦାଖଲ ହେବ ଡ଼ିଏଲ୍ ନିଲମ୍ବନର ବିସ୍ତୃତ ରିପୋର୍ଟ।
ତେବେ ଏହି ନିୟମ କାର୍ଯ୍ୟକାରୀ ହେବା ପରେ ଅମାନିଆ ଗାଡ଼ି ଚାଳକ ସାବାଡ଼୍ ହେବେ ବୋଲି ଚର୍ଚ୍ଚା ହେଉଛି। ୨୦୧୯ରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୫୩୩୩, ଦୁଇଚକିଆ ଯାନରେ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୩୯୮, ବିନା ହେଲ୍ମେଟ୍ରେ ପ୍ରାଣ ହରାଇଥିଲେ ୨୧୫୬ ବୋଲି ସୂଚନା ମିଳିଛି। ତେଣୁ ନିୟମ କଡ଼ାକଡ଼ି କରାଗଲେ କିଛି ଅମୂଲ୍ୟ ଜୀବନକୁ ରକ୍ଷା କରଯାଇପାରିବ।