ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ : ବାଲୁଗାଁ ରେଳବାଇ ଓଭରବ୍ରିଜ୍ର ଉଭୟ ପାର୍ଶ୍ବରେ ଆଲୋକକରୀଣ କାର୍ଯ୍ୟ ଆରମ୍ଭ ହୋଇଛି । ଓଭରବ୍ରିଜ କାର୍ଯ୍ୟକ୍ଷମ ହେବାର ଦଶ ମାସ ପରେ ପି.ଡବ୍ଲୁ.ଡ଼ି ବିଭାଗ ଦ୍ୱାରା ଆଲୋକୀକରଣ ବ୍ୟବସ୍ଥା ଆରମ୍ବ ହୋଇଛି । ଗତ ଦୁଇ ଦିନ ହେଲା ଓଭରବ୍ରିଜ ର ଉଭୟ ପାର୍ଶ୍ୱରେ ବିଦ୍ୟୁତ ଖୁଣ୍ଟ ପୋତାଚାଲିଛି । ତେବେ ଉକ୍ତ ବ୍ରିଜରେ ସର୍ବମୋଟ 28 ଗୋଟି ବିଦ୍ୟୁତ ଖୁଣ୍ଟ ଲାଗିବା ସହ ଏହି କାର୍ଯ୍ୟ ଏକ ସପ୍ତାହମଧ୍ୟରେ ସମାପ୍ତ ହେବ ଏବଂ ଏହାପରେ ବିଦ୍ୟୁତ କାର୍ଯ୍ୟକ୍ଷମ ଏବଂ
ରକ୍ଷଣାବେକ୍ଷଣ ଦାୟିତ୍ୱ ବାଲୁଗାଁ ଏନ.ଏ.ସି ନେବ ବୋଲି ପି. ଡବ୍ଲୁ ଡ଼ି ଖୋର୍ଦ୍ଧା ଜିଲ୍ଲା ନିର୍ବାହୀ ଅଧିକାରୀ ଶ୍ରୀ ଦୀପକ ପାଣିଗ୍ରାହୀ ଆମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି । ସୂଚନା ଥାଉ କି ବାଲୁଗାଁ ରେଳବାଇ ଓଭରବ୍ରିଜରେ ଆଲୋକୀକରଣ ସମସ୍ୟା କୁ ନେଇ ‘ସମୀକ୍ଷା’ ରେ ଗତ ସେପ୍ଟେମ୍ବର ମାସରେ ଖବର ପ୍ରସାରଣ କରାଯାଇ ଚିଲିକା ବିଧାୟକ ଏବଂ ପି.ଡବ୍ଲୁ.ଡ଼ି ର ଉଚ୍ଚ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।