Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ ସର୍ବପ୍ରଥମେ ଉପଲବ୍ଧ ହେବ କେଉଁ ଟିକା, ଜାଣନ୍ତୁ ସେ ସମ୍ପର୍କରେ
ଆଜିର ଖବର

ଭାରତରେ ସର୍ବପ୍ରଥମେ ଉପଲବ୍ଧ ହେବ କେଉଁ ଟିକା, ଜାଣନ୍ତୁ ସେ ସମ୍ପର୍କରେ

November 20, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ଭାଇରସ ପ୍ରଭାବରେ ସମଗ୍ର ବିଶ୍ୱ ଭୀତତ୍ରସ୍ତ ଅବସ୍ଥାରେ ରହିଥିବା ବେଳେ ବିଭିନ୍ନ କମ୍ପାନୀ ପକ୍ଷରୁ ଟିକା ବିକାଶର ପ୍ରୟାସ ଜାରି ରହିଛି । ଏପରିକି କିଛି ଟିକା ଫଳପ୍ରଦ ବୋଲି ମଧ୍ୟ ଖବର ପ୍ରକାଶିତ ହେବା ସହିତ ସାମାନ୍ୟ ଆଶା ସଞ୍ଚାର ହୋଇଥିଲା । ଫାଇଜରର ଟିକା 90 ପ୍ରତିଶତ, ସ୍ପୁଟନିକ-ଭି 92 ପ୍ରତିଶତ ଏବଂ ମଡର୍ଣ୍ଣାର ଟିକା 95 ପ୍ରତିଶତ ସଫଳ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହା ବ୍ୟତୀତ ଅକ୍ସଫୋର୍ଡର ଟିକା ଆଷ୍ଟ୍ରାଜେନେକା ମଧ୍ୟ ବୟସ୍କ ମାନଙ୍କ ଠାରେ ଫଳପ୍ରଦ ହେଉଥିବା ଜଣାପଡିଥିଲା ।

ତେବେ ଆସନ୍ତୁ ନଜର ପକାଇବା ନିର୍ମାଣ କରାଯଉଥିବା ଟିକା ମଧ୍ୟରେ କେଉଁଟି ଅଧିକ ଫଳପ୍ରଦ ଏବଂ ଏହା କେଉଁ ପର୍ଯ୍ୟାୟର ପରୀକ୍ଷଣରେ ରହିଛି । ଆଷ୍ଟ୍ରାଜେନେକାର ପରୀକ୍ଷଣ ତୃତୀୟ ପର୍ଯ୍ୟାରେ ରହିଥିବା ବେଳେ ଏହାର ଫଳାଫଳ ଆସିବ । ଏହି ଟିକାକୁ 2-8 ଡିଗ୍ରୀ ତାପମାତ୍ରାରେ ସୁରକ୍ଷିତ ରଖିହେବ ।

ମଡର୍ଣ୍ଣା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରଥମ ତଥ୍ୟ ମିଳିଥିବା ବେଳେ ଏହାକୁ 2ରୁ 8 ଡିଗ୍ରୀ ମଧ୍ୟରେ 30 ଦିନ ପର୍ଯ୍ୟନ୍ତ ରଖାଯାଇ ପାରିବ । ଫାଇଜର ଟିକା ମଧ୍ୟ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ରହିଛି । ତେବେ ଏହି ଟିକା -70 ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ ରଖାଯାଇପାରିବ । ସ୍ପୁଟନିକ-ଭି ଟିକାକୁ -18 ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ ରଖାଯାଉଥିବା ବେଳେ ଋଷରେ ଏହାର ବ୍ୟବହାରିକ ଅନୁମତି ମିଳିସାରିଛି ।

ଆଇସିଏମଆର ଏବଂ ଭାରତ ବାୟୋଟେକ ଦ୍ୱାରା ନିର୍ମିତ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଥିବା ବେଳେ ଏହା 2-8 ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ ରହିଥାଏ । ଆଉ ଏକ ଟିକା ନୋଭା ଭ୍ୟାକ୍ସ ମଧ୍ୟ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ରହିଛି । ଏହାକୁ ମଧ୍ୟ ସମାନ 2ରୁ8 ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ ରଖାଯାଇଥାଏ ।

ଏହି ଟୀକା ମଧ୍ୟରୁ ମଡର୍ଣ୍ଣା ଏବଂ ନୋଭାଭ୍ୟାକ୍ସର ପରୀକ୍ଷଣ ଭାରତରେ କରାଯାଇନାହିଁ । ଫାଇଜର ଟୀକାର ସଂରକ୍ଷଣ ପାଇଁ ଯେଉଁ ତାପମାତ୍ରା ଆବଶ୍ୟକ ଭାରତରେ ତାର ବ୍ୟବହାର କଷ୍ଟସାଧ୍ୟ । ସ୍ପୁଟନିକ ଭିର ମଧ୍ୟ ସମାନ ଅବସ୍ଥା । ଭାରତୀୟ ପରିବେଶ ଏବଂ ପରସ୍ଥିତିକୁ ଦୃଷ୍ଟିରେ ରଖିଲେ କୋଭାକ୍ସିନ ଏବଂ ଆଷ୍ଟ୍ରାଜେନେକା ଏହି ଦୌଡରେ ସବୁଠାରୁ ଆଗରେ ଅଛନ୍ତି । ଆଷ୍ଟ୍ରଜେନେକା ଟିକାର ମୂଲ୍ୟ 225 ଟଙ୍କା ପାଖାପାଖି ରହିପାରେ ମାତ୍ର ଏ ସମ୍ପର୍କିତ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ଫାଇଜର ଟିକାର ମୂଲ୍ୟ ଆମେରିକାରେ 20 ହଲାର ରହିଥିବା ବେଳେ ଭାରତୀୟ ବଜାରରେ ଏହା ପ୍ରାୟ 2000 ଟଙ୍କାରେ ଉପଲବ୍ଧ ହେବ । ତେବେ ସମଗ୍ର ଭାରତରେ -70 ଡିଗ୍ରୀର ତାପମାତ୍ରା ଶୃଙ୍ଖଳ ତିଆରି କରିବା ଅସମ୍ଭବ ବ୍ୟାପାର ।

ମଡର୍ଣ୍ଣା ଟିକା ନେଇ କୌଣସି ଭାରତୀୟ କମ୍ପାନୀ ଚୁକ୍ତି କରିନଥିବା ବେଳେ ଏହାର ମୂଲ୍ୟ 4ହଜାର ଟଙ୍କା ପାଖାପାଖି ରହିବ । ଏହି ମୁଲ୍ୟରେ 130 କୋଟି ଲୋକଙ୍କ ଟିକାକରଣର ନିତାନ୍ତ ଅସମ୍ଭବ ବ୍ୟାପାର ମନେହେଉଛି । ଭାରତୀୟ ସ୍ୱଦେଶୀ ଟିକା କୋଭାକ୍ସିନ ଏହି ତାଲିକାରେ ରହିଥିବା ସବୁଠାରୁ ମିତବ୍ୟୟୀ ବିକଳ୍ପ । ଭାରତ ବାୟୋଟେକ ପରିଚାଳନା ନିଦେ୍ର୍ଧଶକ ଡ. କୃଷ୍ଣା ଲାଲ କହିଥିଲେ ଏକ ବୋତଲ ପାଣିଠାରୁ ଟିକାର ଦାମ ଅଧିକ ହେବା ଅନୁଚିତ । ଏହି ଟିକାର ମୂଲ୍ୟ 20 ଟଙ୍କାରୁ କମ ରହିପାରେ । ତେବେ 130କୋଟି ଦେଶବାସୀଙ୍କ ପାଇଁ ପ୍ରସ୍ତୁତି କମ୍ପାନୀ ନିମନ୍ତେ ବଡ ଚ୍ୟାଲେଞ୍ଜ ରହିବ ।

ଋଷୀୟ ଟୀକା ସ୍ପୁଟନିକ-ଭିର ମୂଲ୍ୟ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ଅନ୍ୟ ଟିକା ତୁଳନାରେ ଏହାର ମୂଲ୍ୟ କମ ରହିବ ବୋଲି ଆଶା କରାଯାଉଛି ।

ଅପରପକ୍ଷରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଏକ ଇଭେଣ୍ଟରେ କହିଛନ୍ତି ଯେ ଟିକା ଆସିବା ପାଇଁ ପ୍ରାୟ ଚାରି ମାସ ସମୟ ଲାଗିପାରେ। ଏଥିସହ ସେ କହିଛନ୍ତି ଯେ ପିଲାମାନଙ୍କୁ ଏହି ଟିକା ସର୍ବଶେଷରେ ଦିଆଯିବା ଉଚିତ କାରଣ ପିଲାମାନଙ୍କ କ୍ଷେତ୍ରରେ କରୋନା କମ୍ ବିପଦଜନକ ବୋଲି ବିବେଚନା କରାଯାଏ ।

ସେ କହିଛନ୍ତି ଯେ ଫେବୃଆରୀ 2021 ସୁଦ୍ଧା ଟୀକା ଆସିଯିବାର ପୂରା ସମ୍ଭାବନା ଅଛି। ପ୍ରଥମେ ଏହି ଟିକା ସ୍ୱାସ୍ଥ୍ୟ କର୍ମୀ ଏବଂ ବୃଦ୍ଧ ଲୋକଙ୍କୁ ଦିଆଯିବ। ଏପ୍ରିଲ୍ ଠାରୁ ଏହି ଟିକା ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହୋଇପାରେ । ଟିକା ମୂଲ୍ୟ ବିଷୟରେ ପୁନାୱାଲା କହିଛନ୍ତି ଯେ ଏହାର ସର୍ବାଧିକ ମୂଲ୍ୟ 1000 ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ସେ କହିଛନ୍ତି ଯେ ଟିକା ମୂଲ୍ୟ ସାଧାରଣ ଲୋକଙ୍କୁ ଦୃଷ୍ଟିରେ ରଖି ନିର୍ଦ୍ଧାରଣ କରାଯିବ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.