ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 46 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 46 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 19 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 27 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି।
Update on newly detected #COVID19 cases in the last
24 hrs under the BMC area on 19th Nov (till 9am) pic.twitter.com/5mlvquqGrd— BMC (@bmcbbsr) November 19, 2020
ସେହିପରି ଆଜି 61 ଜଣ ସୁସ୍ଥ ହୋଇଛନ୍ତି । ନୂତନ 46 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 30 ହଜାର 330ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 29 ହଜାର 479ଜଣ ସୁସ୍ଥ ହୋଇଥିବାବେଳେ 201ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 629ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।