ଭୁବନେଶ୍ବର : ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ଘନଉଛି ବିବାଦ । ଏନେଇ ରାଜ୍ୟସରକାରଙ୍କୁ ନୋଟିସ୍ ଜାରି କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ମୁଖ୍ୟ ଶାସନ ସଚିବ ଏବଂ ପୋଲିସ୍ ଡିଜିଙ୍କୁ ଏନ୍ଏଚ୍ଆର୍ସିଙ୍କ ନୋଟିସ୍ ମିଳିଛି । ଚାରି ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍ଏଚ୍ଆର୍ସି । ମୃତ୍ୟୁର କାରଣକୁ ନେଇ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ଆରେଷ୍ଟ ମେମୋ, ଇନ୍ସପେକ୍ସନ ମେମୋ କପି ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଗିରଫ ନେଇ ପରିବାରକୁ ଜଣାଯାଇଥିଲା କି ନାହିଁ ତାହା ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ମୃତକଙ୍କ ମେଡିକାଲ ଲିଗାଲ୍ ସାର୍ଟିଫିକେଟ୍ କପି ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ପଞ୍ଚାନାମା, ପୋଷ୍ଟମର୍ଟମ ଓ ଏହାର ଭିଡିଓ କ୍ୟାସେଟ୍ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏନ୍ଏଚ୍ଆରସି । ଭିସେରା, ମୃତ୍ୟୁ କାରଣ ନେଇ ଫୋରେନସିକ୍ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ମାଜିଷ୍ଟେରିଆଲ୍ ତଦନ୍ତ ରିପୋର୍ଟ ଦେବାକୁ ମଧ୍ୟ ଏନ୍ଏଚ୍ଆରସି ନିର୍ଦ୍ଦେଶ ଦେଇଛନ୍ତି ।
ଅପରପକ୍ଷରେ ହାଜତ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୋମବାର ସୁଦ୍ଧା ଏ ସଂପର୍କିତ ରିପୋର୍ଟ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁଙ୍କ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କେ ରମେଶଙ୍କ ହାଜତ ମୃତ୍ୟୁକୁ ନେଇ ଏନଏଚଆରସିଙ୍କ ନିକଟରେ ଫେରାଦ ହୋଇଥିଲେ ସମ୍ବିତ । କାହିଁକି ଏବଂ କେମିତି କେ. ରମେଶଙ୍କ ମୃତ୍ୟୁ ହେଲା ସେନେଇ ତୁରନ୍ତ ଏହାର ଯାଞ୍ଚ କରିବାକୁ ଲିଖିତ ଆଦେନ କରିଛନ୍ତି ସମ୍ବିତ ।