ଭୁବନେଶ୍ଵର: ଆଜି ରାଜ୍ୟରୁ ୧ ହଜାର ୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଅନୁଗୁଳରୁ ସର୍ବାଧିକ ୧୩୮ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୧୪, ବଲାଙ୍ଗିରିରୁ ୮୧, କଟକରୁ ୭୮, ମୟୂରଭଞ୍ଜରୁ ୭୬, ବାଲେଶ୍ବରରୁ ୪୫, ଜଗତସିଂହପୁରରୁ ୪୫, କେନ୍ଦ୍ରାପଡାରୁ ୪୩, କଳାହାଣ୍ଡିରୁ ୪୦, ନବରଙ୍ଗପୁରରୁ ୧୯, ଝାରସୁଗୁଡାରୁ ୧୮, ସମ୍ବଲପୁରରୁ ୧୬, ଗଞ୍ଜାମରୁ ୧୨, ନୟାଗଡରୁ ୧୨, ଭଦ୍ରକରୁ ୧୦, କନ୍ଧାମଳରୁ ୧୦, କୋରାପୁଟରୁ ୯, ସୋନପୁରରୁ ୯, ମାଲକାନଗିରିରୁ ୫, ଦେବଗଡରୁ ୩, ଗଜପତିରୁ ୨, ଏବଂ ଷ୍ଟେଟ ପୁଲରୁ ୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪ ହଜାର ୯୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୩୨୩ ମଧ୍ୟରୁ ୬ ହଜାର ୭୩୭ ଜଣ ଚିକିତ୍ସିଧୀନ ଥିବା ବେଳେ ୧୬୨୫ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।