ଭୁବନେଶ୍ବର, ଆଜି ସଂଧ୍ୟାରେ ପ୍ରକାଶ ପାଇଛି ଏକକ ପିଜି ପରୀକ୍ଷାର ମେଧା ତାଲିକା। ଏଥର ପ୍ରଥମ ଥର ପାଇଁ ପିଜି ପାଠ୍ୟକ୍ରମରେ ନାମଲେଖାଇବା ନିମନ୍ତେ ପରୀକ୍ଷା କରାଯାଇଥିଲା। ଏଥିରେ 70 ଟି ବିଶ୍ବବିଦ୍ୟାଳୟ ଏବଂ ସ୍ବାୟଂଶାସିତ ମହାବିଦ୍ୟାଳୟକୁ ସାମିଲ କରାଯାଇଥିଲା। ଏଥିରେ ବିଭିନ୍ନ ବିଷୟରେ 14 ଶହ 401 ଟି ସିଟି ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ। ଏଥିରେ ବିଭିନ୍ନ ବିଷୟ ପାଇଁ 62 ହଜାର 941 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ 52 ହଜାର 781 ଜଣ ନାମଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଯେଉଁମାନେ ସେମାନଙ୍କର ନାମ ତାଲିକାରେ ଅଛି କି ନାହିଁ ଜାଣିବା ପାଇଁ ଆପଣ ତଳେ ଥିବା ଲିଙ୍କକୁ କ୍ଲିକ କରନ୍ତୁ। ଏହାପରେ ପୋଷ୍ଟ ଗ୍ରାଜୁଏଟ ଲେଖାଥିବା ସ୍ଥାନରେ କ୍ଲିକ କରନ୍ତୁ। ଏହାପରେ ମେଧା ତାଲିକା ଉପଲବ୍ଧ ହେବ।