
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଗଣିତ ଅଧ୍ୟାପକ। ଘାଟିକିଆ ସ୍ଥିତ ସିଇଟି ଇଞ୍ଜିନିୟରିଂ କଲେଜର ଗଣିତ ଅଧ୍ୟାପକ ପ୍ରସନ୍ନ କୁମାର ମିଶ୍ର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କ ବାସଭବନରେ ଚଢାଉ କରାଯାଇଛି। ଭୁବନେଶ୍ବର ଖଣ୍ଡଗିରି ବାରି ସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ଚାଲିଛି।
ଭିଜିଲାନ୍ସ ବିଭାଗର ଏକ ଟିମ୍ ପ୍ରସନ୍ନଙ୍କ ଘର ଛାନଭିନ୍ ଚଳାଇଛି। ଛାନଭିନ୍ ବେଳେ କିଛି ଜମି କାଗଜପତ୍ର ମିଳିଥିବା ବେଳେ ତାଙ୍କର ୮ଟି ବ୍ୟାଙ୍କରେ ଆକାଉଣ୍ଟ ରହିଥିବା ଜଣାପଡିଛି। ତେବେ ତାଙ୍କର ମୋଟ୍ କେତେ ସମ୍ପତ୍ତି ରହିଛି ତାହାକୁ ନେଇ ଭିଜିଲାନ୍ସ ବିଭାଗ ଆକଳନ କରୁଛି।