
ଭୁବନେଶ୍ଵର: ଆଜି ଓଡିଶା ରାଜ୍ୟପାଳ ଗଣେଶି ଲାଲଙ୍କ ଧର୍ମପତ୍ନୀଙ୍କ ପରଲୋକ ହୋଇଯାଇଛି। ଏନେଇ ଆଜି ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି। ତେବେ ଆଜି ବିଧାନସଭାର ଶୀତକାଳୀନ ଅଧିବେଶନରେ ଶୁଶିଳା ଦେବୀଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକ ପ୍ରସ୍ତାବ ଆଗତ କରିଛନ୍ତି।
ଏହା ସହିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ଵାରା ଗୃହକୁ ମୁଲତବୀ କରାଯାଇଛି। ରାଜ୍ୟର ପ୍ରଥମ ମହିଳାକୁ ସମ୍ମାନ ଜଣାଇ ଗୃହ ମୁଲତବୀ କରାଯାଇଛି। ଅପରାହ୍ନ ୩ ଟା ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି।