Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଲ ଯୋଜନାରେ ଅଂଶଦାର ମାନଙ୍କ ଜିଲ୍ଲାସ୍ତରୀୟ କର୍ମଶାଳା
ଆଜିର ଖବର

ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଲ ଯୋଜନାରେ ଅଂଶଦାର ମାନଙ୍କ ଜିଲ୍ଲାସ୍ତରୀୟ କର୍ମଶାଳା

November 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜଗତସିଂହପୁର ସମ୍ମିଳନୀ କକ୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓର୍‌ମାସ ଓ ଓଡିଶା ଜୀବିକା ମିଶନ୍ ଆନୁକୂଲ୍ୟରେ ଦୀନଦୟାଲ ଉଧ୍ୟାୟ ଗ୍ରାମୀଣ କୈାଶଲ୍ୟ ଯୋଜନା (ଡିଡିୟୁଜିକେଓାଇ)ରେ ବିଭିନ୍ନ ଅଂଶିଦାର ମାନଙ୍କ ଜିଲ୍ଲାସ୍ତରୀୟ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳାରେ ଯୋଗଦେଇ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି କହିଲେ ଜଗତସିଂହପୁର ଜିଲ୍ଲାର ଗ୍ରାମୀଣ ବେକାର ଯୁବକ ଯୁବତୀ ମାନେ ଏହି ଯୋଜନାରେ ତାଲିମ ପ୍ରାପ୍ତ ହୋଇ ଅଧିକରୁ ଅଧିକ ନିଯୁକ୍ତି ପାଇପାରିବେ। ଗ୍ରାମାଚଂଳର ଯୁବକ ଯୁବତୀମାନଙ୍କ ପାଇଁ ଜିଲ୍ଲାସ୍ତରରେ ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଓଡିଶା ଜୀବିକା ମିଶନ ଓ ଆର୍‌ସେଟି ମାଧ୍ୟମରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ବ୍ଲକ ଓ ପଂଚାୟତ ସ୍ତରରେ କାର୍ଯ୍ୟ କରୁଥିବା କ୍ଷେତ୍ରୀୟ ଅଧିକାରୀମାନେ ଡିଡିୟୁଜିକେଓାଇ ଯୋଜନା ସଂପର୍କରେ ବେକାର ଯୁବକ ଓ ଯୁବତୀ ମାନଙ୍କୁ ପ୍ରେରଣା ଦେଇ ତାଲିମ ଓ ନିଯୁକ୍ତି ପ୍ରଦାନ ସଂପର୍କରେ ସଚେତନ କରିବାକୁ ପରାମର୍ଶ ଦେଇଥିଲେ।

ଏହି କର୍ମଶାଳାରେ ଯୋଗଦେଇ ଓର୍‌ମାସର ଡେପୁଟୀ ସି ଇ ଓ ସତ୍ୟସୁନ୍ଦର ଶିବରାମ ପାଇଟାଳ କହିଲେ ଏହି ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଛି। ଗ୍ରାମାଚଂଳରେ ବସବାସ କରୁଥିବା ୧୮ରୁ ୩୫ ବର୍ଷ ଯୁବକ ଓ ଯୁବତୀମାନେ ଏହି ଯୋଜନାରେ ସାମିଲ ହୋଇ ପାରିବେ। ପ୍ରାର୍ଥୀ /ପ୍ରାର୍ଥୀନୀ ମାନଙ୍କର ନାଁରେ କିମ୍ବା ସେମାନଙ୍କ ବାପା ମାଙ୍କ ନାଆଁରେ ବି.ପି.ଏଲ୍ କାର୍ଡ ଥିବା ଜରୁରୀ କିମ୍ବା ନରେଗା ଯୋଜନାରେ ଅନ୍ତତଃ ୧୫ଦିନ କାମ କରିଥିବେ କିମ୍ବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବିମା ଯୋଜନାରେ କାର୍ଡ ଥିବ କିମ୍ବା ଅନ୍ତୋଦ୍ୱୟ କାର୍ଡଥିବା ଆବଶ୍ୟକ କିମ୍ବା ଏସ୍‌.ଇ.ସି.ସିରେ ପଜିଂକୃତ ହୋଇଥିବା ଜରୁରୀ ଅଟେ। ଓରମାସ୍ ଦ୍ୱାରା ନିୟୋଜିତ ପ୍ରୋଜେକ୍ଟ ଇମ୍ଲିମେଣି ଏଜେନ୍‌ସି(ପି.ଆଇ.ଏ) ଏହି କାର୍ଯ୍ୟକ୍ରମ ପାଇଁ ପ୍ରାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରନ୍ତି। ଏହି ପ୍ରଶିକ୍ଷଣ ସଂପୂର୍ଣ୍ଣ ମାଗଣା। ପ୍ରଥମ ଥର ପାଇଁ ନିଜ ଘର ଠାରୁ ପ୍ରଶିକ୍ଷଣ କେନ୍ଦ୍ରକୁ ପ୍ରାର୍ଥୀଙ୍କ ଯାତାୟାତ ଖର୍ଚ୍ଚ, ମାଗଣା ପ୍ରଶିକ୍ଷଣ,ମାଗଣା ଖାଇବା ରହିବା, ୟୁନିଫର୍ମ, ପ୍ରଶିକ୍ଷଣ ଉପକରଣ, ଏନ୍‌.ସି.ଭି.ଟି/ଏସ୍‌.ଏସ୍‌.ସି ସାର୍ଟିଫିକେଟ୍ ପ୍ରଦାନ କରାଯାଇଥାଏ।

ଏହି କର୍ମଶାଳାରେ ଡି.ଡି.ଏମ୍‌,ନାବାର୍ଡ ବିଶ୍ୱଭୂଷଣ ମହାନ୍ତି, ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର  ସତୀଶ ପାତ୍ର ଯୋଗଦେଇ ଡି.ଡି.ୟୁ.ଜି.କେ.ଓାଇ ଯୋଜନା ସଂପର୍କରେ ବକ୍ତବ୍ୟ ରଖିଥିଲେ। ସାହି ଏକ୍ସପୋର୍ଟସ୍ ପ୍ରାଇଭେଟ୍‌ଲି,ସିଏଷ୍ଟା ହସ୍ପିଟାଲ୍‌ଲିଟି ସର୍ଭିସେସ୍ ଲିମିଟେଡ୍‌, ବଳରାମ ପଣ୍ଡା ଟ୍ରଷ୍ଟ, ସିପେଟ୍ ଓ ଉପାସନା ଏଜୁକେଶନ ଟ୍ରଷ୍ଟ ଭଳି ପ୍ରୋଜେକ୍ଟ ଇମ୍ଲିମେଟିଙ୍ଗ ଏଜେନ୍‌ସି ମାନେ ଏହି କର୍ମଶାଳାରେ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନର ସୁବିଧା ସୁଯୋଗ,ଏକ୍ସପୋଜର ଭିଜିଟ୍, ପ୍ଲେସ୍‌ମେଣ ସଂପର୍କରେ ପାଓାର ପଏଣ ପ୍ରେଜେଣେସନ୍ କରିଥିଲେ।

ଏହି କର୍ମଶାଳାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ କୃଷି, ଜିଲ୍ଲା କର୍ମ ନିିୟୋଜନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ପ୍ରତିନିଧି, ସମସ୍ତ ବ୍ଲକର ଓଡିଶା ଜୀବିକା ମିଶନର ବି.ପି.ଏମ୍‌, ସ୍କିଲ ଡେଭଲପ୍‌ମେଣ କୋ-ଅର୍ଡିନେଟର, ଆର୍‌ସେଟି ପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟି-୨୦ ମ୍ୟାଚ୍: ଜାଣନ୍ତୁ ବ୍ରିସବେନ ଗ୍ରାଉଣ୍ଡର ରେକର୍ଡ

November 7, 2025

ବାଣପୁର: ଜାତୀୟ ଗୀତର ୧୫୦ ତମ ପୂର୍ତ୍ତି ଦିବସ ପାଳିତ

November 7, 2025

ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ରେଳ ଷ୍ଟେସନରୁ ହଟିବେ ବୁଲା କୁକୁର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

November 7, 2025

ଭାରତୀୟ ବ୍ୟାଙ୍କଗୁଡ଼ିକ ଦଶ ବର୍ଷ ପୂର୍ବ ଅପେକ୍ଷା ଅଧିକ ପରିପକ୍ୱ: ଆରବିଆଇ ଗଭର୍ଣ୍ଣର

November 7, 2025
Jindal Ads
BJP Ads
Latest News

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟି-୨୦ ମ୍ୟାଚ୍: ଜାଣନ୍ତୁ ବ୍ରିସବେନ ଗ୍ରାଉଣ୍ଡର ରେକର୍ଡ

November 7, 2025

ବାଣପୁର: ଜାତୀୟ ଗୀତର ୧୫୦ ତମ ପୂର୍ତ୍ତି ଦିବସ ପାଳିତ

November 7, 2025

ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ରେଳ ଷ୍ଟେସନରୁ ହଟିବେ ବୁଲା କୁକୁର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

November 7, 2025

ଭାରତୀୟ ବ୍ୟାଙ୍କଗୁଡ଼ିକ ଦଶ ବର୍ଷ ପୂର୍ବ ଅପେକ୍ଷା ଅଧିକ ପରିପକ୍ୱ: ଆରବିଆଇ ଗଭର୍ଣ୍ଣର

November 7, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ: ଚାରୋଟି ବନ୍ଦେ ଭାରତ ଟ୍ରେନର କରିବେ ଶୁଭାରମ୍ଭ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.