ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ଆଚରଣ ବିଧି ଉଲଂଘନ କରିଛନ୍ତି ବୋଲି ଅଭିଯୋଗ ଆଣିବା ସହିତ ଏହାକୁ ନେଇ ନିର୍ମାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ। ଭାରତ ପକ୍ଷରୁ ଏ ସ୍ୟାଟ୍ କ୍ଷେପଣାସ୍ତ୍ରର ସଫଳ ଉତ୍କ୍ଷେପଣକୁ ନେଇ ଦେଶବାସୀଙ୍କ ନିକଟରେ ବାର୍ତ୍ତା ରଖିଛନ୍ତି ପ୍ରଧାନମନ୍ତ୍ରୀ। ନିର୍ବାଚନର ଦୁଇ ସପ୍ତାହ ପୂର୍ବରୁ ମୋଦି ଦେଶବାସୀଙ୍କୁ ଉଦ୍ବୋଧନ ଦେଇଥିଲେ ମୋଦି। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଏହା ମୋଦିଙ୍କ ଆାଉ ଏକ ଡ୍ରାମା ଏବଂ ଏହା ଦେଖାଇ ନିର୍ବାଚନ ପୂର୍ବରୁ ମୋଦି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି ବୋଲି ନିଜ ଟ୍ବିଟ୍ଟର ଆକାଉଣ୍ଟରୁ ସେୟାର କରିଛନ୍ତି। ବିଜେପିର ବୁଡି ଯାଉଥିବା ନିର୍ବାଚନୀ ଡଙ୍ଗାକୁ ବଞ୍ଚାଇବା ପାଇଁ ଏହା ଏକ ପଦକ୍ଷେପ ବୋଲି ମମତା ଅନ୍ୟ ଏକ ଟ୍ବିଟ୍ରେ କହିଛନ୍ତି। ଅନ୍ୟ ଏକ ସିରିଜ୍ର ଟ୍ବିଟ୍ରେ ମମତା ଇସ୍ରୋର ବୈଜ୍ଞାନିକଙ୍କୁ ପ୍ରଶଂସା କରିଥିଲେ। ଏହି ମିଶନକୁ ବିଶ୍ବବାସୀ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ମନେ ରଖିବେ ଏହି ସଫଳତା ପାଇଁ ମୁଁ ଡିଆରଡିଓର ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଉଛି।