ଆଜଲାନ ଶାହ କପ୍ରେ ଭାରତ ଏହାର ଅପରାଜେୟ ଅଭିଯାନ ଜାରି ରଖିଛି । ନିଜର ଚତୁର୍ଥ ତଥା ଅନ୍ତିମ ଲିଗ୍ ମ୍ୟାଚ୍ରେ ଭାରତ କାନାଡାକୁ 7-3ରେ ପରାସ୍ତ କରିବା ସହ ଫାଇନାଲ୍ରେ ପହଞ୍ଚିଯାଇଛି । ମ୍ୟାଚ୍ର ପ୍ରଥମ କ୍ବାର୍ଟରରୁ ଭାରତ ଆକ୍ରମଣାତ୍ମକ ହକି ଖେଳିଥିଲା । ଦଳକୁ ପ୍ରଥମ କ୍ବାର୍ଟରେର ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଏହାକୁ ଗୋଲ୍ରେ ପରିଣତ କରିବାରେ ସଫଳ ହୋଇନଥିଲା । ମ୍ୟାଚ୍ର 12 ତମ ମିନିଟ୍ରେ ତୃତୀୟ ପନାଲ୍ଟି କର୍ଣ୍ଣରୁ ବରୁଣ କୁମାର ପ୍ରଥମ ଗୋଲ୍ ସ୍କାେର କରିଥିଲେ । ଦ୍ବିତୀୟ କ୍ବାର୍ଟରେର ଭାରତ ପକ୍ଷରୁ ମନ୍ଦୀପ୍ ସିଂ ହ୍ୟାଟ୍ରିକ୍ କରିବା ସହିତ ଦଳକୁ 4-0ର ଅଗ୍ରଣୀ ପ୍ରଦାନ କରିଥିଲେ । ମନ୍ଦୀପ 20 ତମ ମିନିଟ୍ରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିଥିଲେ । ମନ୍ଦୀପ ନିଜର ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ମ୍ୟାଚ୍ର 31 ତମ ମିନିଟ୍ରେ ସ୍କୋର କରିଥିଲେ । ମ୍ୟାଚ୍ର 35 ତମ ମିନିଟ୍ରେ ମନ୍ଦୀପ୍ ଆଉ ଏକ ଗୋଲ୍ ସ୍କୋର କରିବା ସହିତ ହ୍ୟାଟ୍ରିକ୍ ପୂରଣ କରିଥିଲା । ଭାରତ ପକ୍ଷରୁ ପରବର୍ତ୍ତୀ 3 ଗୋଲ ସ୍କୋର କରିଥିଲେ ଓଡିଆ ଡିଫେଣ୍ଡର ଅମିତ୍ ରୋହିଦାସ (39), ବିବେକ ପ୍ରସାଦ (47) ଏବଂ ନୀଳକଣ୍ଠ ଶର୍ମା (54) ସ୍କୋର କରିଥିଲେ । କାନାଡା ପକ୍ଷରୁ ଜେମ୍ସ ଓ୍ବାଲେସ୍ (52, 34) ଦୁଇଟି ଗୋଲ ସ୍କୋର କରିଥିଲେ । ମନ୍ଦୀପ୍ ସିଂଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।