Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜଲାନ ଶାହ କପ୍‌ ହକି : ଫାଇନାଲ୍‌ରେ ଭାରତ
ଆଜିର ଖବର

ଆଜଲାନ ଶାହ କପ୍‌ ହକି : ଫାଇନାଲ୍‌ରେ ଭାରତ

March 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
india win alzan shah cup
india win alzan shah cup

ଆଜଲାନ ଶାହ କପ୍‌ରେ ଭାରତ ଏହାର ଅପରାଜେୟ ଅଭିଯାନ ଜାରି ରଖିଛି । ନିଜର ଚତୁର୍ଥ ତଥା ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତ କାନାଡାକୁ 7-3ରେ ପରାସ୍ତ କରିବା ସହ ଫାଇନାଲ୍‌ରେ ପହଞ୍ଚିଯାଇଛି । ମ୍ୟାଚ୍‌ର ପ୍ରଥମ କ୍ବାର୍ଟରରୁ ଭାରତ ଆକ୍ରମଣାତ୍ମକ ହକି ଖେଳିଥିଲା । ଦଳକୁ ପ୍ରଥମ କ୍ବାର୍ଟରେର ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଏହାକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇନଥିଲା । ମ୍ୟାଚ୍‌ର 12 ତମ ମିନିଟ୍‌ରେ ତୃତୀୟ ପନାଲ୍‌ଟି କର୍ଣ୍ଣରୁ ବରୁଣ କୁମାର ପ୍ରଥମ ଗୋଲ୍‌ ସ୍କାେର କରିଥିଲେ । ଦ୍ବିତୀୟ କ୍ବାର୍ଟରେର ଭାରତ ପକ୍ଷରୁ ମନ୍‌ଦୀପ୍‌ ସିଂ ହ୍ୟାଟ୍ରିକ୍‌ କରିବା ସହିତ ଦଳକୁ 4-0ର ଅଗ୍ରଣୀ ପ୍ରଦାନ କରିଥିଲେ । ମନ୍‌ଦୀପ 20  ତମ ମିନିଟ୍‌ରେ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲେ । ମନ୍‌ଦୀପ ନିଜର ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌ ମ୍ୟାଚ୍‌ର 31 ତମ ମିନିଟ୍‌ରେ ସ୍କୋର କରିଥିଲେ ।  ମ୍ୟାଚ୍‌ର 35 ତମ ମିନିଟ୍‌ରେ ମନ୍‌ଦୀପ୍‌ ଆଉ ଏକ ଗୋଲ୍‌ ସ୍କୋର କରିବା ସହିତ ହ୍ୟାଟ୍ରିକ୍‌ ପୂରଣ କରିଥିଲା । ଭାରତ ପକ୍ଷରୁ ପରବର୍ତ୍ତୀ 3 ଗୋଲ ସ୍କୋର କରିଥିଲେ  ଓଡିଆ ଡିଫେଣ୍ଡର ଅମିତ୍‌ ରୋହିଦାସ (39), ବିବେକ ପ୍ରସାଦ (47) ଏବଂ ନୀଳକଣ୍ଠ ଶର୍ମା (54) ସ୍କୋର କରିଥିଲେ । କାନାଡା ପକ୍ଷରୁ ଜେମ୍‌ସ ଓ୍ବାଲେସ୍‌ (52, 34) ଦୁଇଟି ଗୋଲ ସ୍କୋର କରିଥିଲେ । ମନ୍‌ଦୀପ୍‌ ସିଂଙ୍କୁ ମ୍ୟାଚ୍‌ର  ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ମିଳିମିଳା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

March 17, 2026

ମହଙ୍ଗା ପଡ଼ିଲା ଗଙ୍ଗା ନଦୀ ମଝିରେ ଚିକେନ୍ ବିରିୟାନି ଖାଇ ହାଡ଼ ଫିଙ୍ଗିବା: ୧୪ ଗିରଫ

March 17, 2026

ଇସ୍ରାଏଲୀ ଆକ୍ରମଣରେ ଇରାନର ପ୍ରତିରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ: IDF ର ବଡ ଦାବି 

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026
Latest News

ମିଳିମିଳା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

March 17, 2026

ମହଙ୍ଗା ପଡ଼ିଲା ଗଙ୍ଗା ନଦୀ ମଝିରେ ଚିକେନ୍ ବିରିୟାନି ଖାଇ ହାଡ଼ ଫିଙ୍ଗିବା: ୧୪ ଗିରଫ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

ଇସ୍ରାଏଲୀ ଆକ୍ରମଣରେ ଇରାନର ପ୍ରତିରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ: IDF ର ବଡ ଦାବି 

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.