ଗୋଆରେ ବିଜେପି ନେତୃତ୍ବାଧୀନ ସରକାରରେ ଅଂଶୀଦାର ଥିବା ମହାରାଷ୍ଟ୍ରବାଦୀ ଗେମାନ୍ତକ ପାର୍ଟିର ୩ଜଣ ବିଧାୟକଙ୍କ ମଧ୍ୟରୁ ୨ ଜଣ ବିଧାୟକ ବିଜେପିରେ ଯୋଗଦେଇଥିବାବେଳେ ଗୋଆ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟାର ୧୨ରୁ ୧୪କୁ ବୃଦ୍ଧି ପାଇଁ କଂଗ୍ରେସ ସହ ସମକକ୍ଷ ହୋଇଯାଇଛି । ତେବେ ଏମ୍ଜିପିର ଏକମାତ୍ର ବିଧାୟକ ଭାବେ ଗୋଆ କ୍ୟାବିନେଟ୍ରେ ରହିଥିବା ସୁଦୀନ୍ ଧାବଲିକର୍ଙ୍କୁ କ୍ୟାବିନେଟ୍ରୁ ବାହାର କରିଦିଆଯାଇଛି । ସେ ଉପମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ଅଧୀନରେ ପରିବହନ ଏବଂ ଲୋକ କଲ୍ୟାଣ ମନ୍ତ୍ରାଳୟ ରହିଥିଲା। ଧାବ୍ଲୀକର ଏହି ଘଟଣାରେ କହିଛନ୍ତି ଯେ, ଚୌକିଦାର ରାତି ଅଧରେ ଏମ୍ଜିପିରେ ଡକାୟତି କରିଛି । ତେବେ ପରବର୍ତ୍ତୀ ସମୟରେ ଏମ୍ଜିପି ଗୋଆରେ ଉପନିର୍ବାଚନ ପାଇଁ ପ୍ରସ୍ତାବ ଆଣିପାରେ ବୋଲି ସୂଚନା ରହିଛି ।
Tags: