ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା କମୁ ନାହିଁ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୬୭୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି ।
ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬୭୧କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡରୁ ସର୍ବାଧିକ ୫ ଜଣ ମୃତ୍ୟୁବରଣ କରିଥିବା ବେଳେ ସମ୍ବଲପୁରରୁ ୩ ଜଣ, ଅନୁଗୁଳ, ଭୁବନେଶ୍ବର, କଟକ, ଜଗତସିଙ୍ଘପୁର, ନୂଆପଡା, ରାୟଗଡାରୁ ଲେଖାଏଁ ଜଣେ କାରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।