Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଳାଶୟକୁ ଜବର ଦଖଲ ନକରିବା ପାଇଁ କୁଜଙ୍ଗ ତହସିଲଦାରଙ୍କୁ ଗୁହାରି
ଆଜିର ଖବର

ଜଳାଶୟକୁ ଜବର ଦଖଲ ନକରିବା ପାଇଁ କୁଜଙ୍ଗ ତହସିଲଦାରଙ୍କୁ ଗୁହାରି

November 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : କୁଜଙ୍ଗ ତହସିଲ ଅନ୍ତର୍ଗତ ତାଳପଡ଼ା ପଂଚାୟତ ତାଳପଡ଼ା ମୌଜାର ଖାତା ନଂ-୮୨୮ ପ୍ଲଟ ନଂ-୧୬୬୭ ଏ୦.୧୮ଡ଼ିସିମିଲ କିସମ ଜଳାଶୟ-୨ ତାଳପଡ଼ା ପଂଚାୟତ ଉନ୍ନୟନ ପାଇଁ ସଂରକ୍ଷିତ ଅଛି। ଏହି ପ୍ଲଟ୍‌ରେ ଏକ ପାଣି ପମ୍ପହାଉସ୍‌ ନିର୍ମାଣ ହୋଇଛି ।  ଏହି ପ୍ଲଟଟି କଟକ-ପାରାଦୀପ ରାସ୍ତାକୁ ଲାଗିଥିବାରୁ ଏହି ଜାଗାକୁ ଅକ୍ତିଆର କରିବା ପାଇଁ ବା ଜବର ଦଖଲ କରିବା ପାଇଁ ଜନୈକ ପ୍ରଭାବଶାଳି ବ୍ୟକ୍ତି ଚେଷ୍ଟା କରୁଥିବା ନେଇ କୁଜଙ୍ଗ ତହସିଲଦାରଙ୍କ ପାଖରେ ଅଭିଯୋଗ ହୋଇଛି। ଉକ୍ତ  ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ପଂଚାୟତର କିଛି କୁଜିନେତା ସାହାଯ୍ୟ କରୁଥିବା ଆଲୋଚନା ହେଉଛି।

ପଂଚାୟତର ଏହି ପ୍ଲଟ ପଛପଟକୁ ବାହାର ଅଂଚଳର ଜନୈକ ପ୍ରଭାବଶାଳୀ  ବ୍ୟକ୍ତି ନିଜ ପତ୍ନୀଙ୍କ ନାମରେ ଏକ ଜାଗା କିଣିଛନ୍ତି। ସେହି ଜାଗା ଉପରକୁ ଯିବା ପାଇଁ ହେଲେ ପଂଚାୟତ ନାମରେ ଥିବା ଉକ୍ତ ପ୍ଲଟ ଉପରେ ରାସ୍ତା ନିର୍ମାଣ କରିବାକୁ ପଡିବ ନଚେତ ସେହି ପ୍ଲଟ ଉପରକୁ ଯାଇହେବ ନାହିଁ। ସୂଚନାନୁଯାୟୀ ଉକ୍ତ ବ୍ୟକ୍ତି ଜଣକ ସରପଞ୍ଚ ଓ ଥାନାକୁ କରାୟତ୍ତ କରି ମିଛ ଅଭିଯୋଗ କରି ରାସ୍ତା କଡରେ କେବିନ ପକାଇ ପରିବା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀଙ୍କୁ ମିଛ କେଶରେ ପକାଇ ହଇରାଣ କରୁଥିବା ଜଣାପଡିଛି।ଯଥାଶୀଘ୍ର କୁଜଂଗ ତହସିଲଦାର ପଦକ୍ଷେପ ଗ୍ରହଣ କରିବା ପାଇଁ ୱାର୍ଡ ସଭ୍ୟ ସତ୍ୟଜିତ ମହାନ୍ତି,ମହେଶ୍ୱର ଦାସ,ପ୍ରଶାନ୍ତ କୁମାର ସାହୁ,ପଦ୍ମିନି ମହାନ୍ତି,ଅଜୟ କୁମାର ସ୍ବାଇଁ,ରେଣୁବାଲା ଖଟୁଆ,ପ୍ରଭାତୀ ମହାନ୍ତି ଓ କାଳନ୍ଦୀ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ଏନେଇ ତହସିଲଦାର ସୁଶ୍ରୀ ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ ଅଭିଯୋଗର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲିପ୍ରକାଶ କରିଛନ୍ତି। ଅପରପକ୍ଷରେ ସରକାରୀ ନିୟମାନୁଯାୟୀ ଜଳାଶୟ-2କୁ ପୋତାଯାଇ ପାରିବ ନାହିଁ। ଯଦି ଏହାକୁ ପୋତାଯାଇ ରାସ୍ତା କରାଯିବ, ତେବେ ତାଳପଡା ଗ୍ରାମର ଅନେକ ଘର ବର୍ଷା ଦିନେ ଜଳମଗ୍ନ ହେବ । ସମସ୍ତ ବିଷୟକୁ ଅନୁଧ୍ୟାନ କରି ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବା ନେଇ ଦରଖାସ୍ତକାରୀ ଅନୁରୋଧକରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026

କେରଳର SAI ହଷ୍ଟେଲରେ ଦୁଇ ନାବାଳିକା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

January 15, 2026
Latest News

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026

କେରଳର SAI ହଷ୍ଟେଲରେ ଦୁଇ ନାବାଳିକା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.