ପୁରୀ: ଡିସେମ୍ବର ଶ୍ରୀମନ୍ଦିର ଖୋଲିପାରେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଆସନ୍ତାମାସର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଶ୍ରୀ ମନ୍ଦିର ଖୋଲିବାକୁ ଯୋଜନା ରହିଛି। ତା’ପୂର୍ବରୁ ଭକ୍ତମାନଙ୍କ ପାଇଁ ସ୍ବତନ୍ତ୍ର ଏସ୍ଓପି ପ୍ରସ୍ତୁତ କରାଯିବ। କରୋନା କଟକଣା ଯୋଗୁ ରାଜ୍ୟର ଅନ୍ୟାନ୍ୟ ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ଭଳି ଶ୍ରୀମନ୍ଦିର ମଧ୍ୟ ସାଧାରଣ ଭକ୍ତମାନଙ୍କ ପାଇଁ ବନ୍ଦ ରହିଛି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ମନ୍ଦିରର ପୂଜକମାନେ ଘଣ୍ଟଘଣ୍ଟା ବଜାଇ ପୂର୍ବରୁ ବହୁବାର ମନ୍ଦିର ଖୋଲିବା ପାଇଁ ଦାବି କରିଛନ୍ତି।
ଅନ୍ୟପଟେ ଆସନ୍ତା 27 ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ଅନୁଷ୍ଠିତ ହୋଇଥିଲା ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ନାଗାର୍ଜୁନ ବେଶରେ ସମସ୍ତ ସେବାୟତ ସହଯୋଗ କରିବେ । ରାତିରେ ବେଶ ସମୟରେ ପୋଲିସ ବ୍ୟବସ୍ଥା ରହିବ । ନାଗାର୍ଜୁନ ବେଶ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରହିବ । ଅବଢା ଯୋଜନାରେ ହେବାକୁ ଥିବା ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରହିବ । ଏଥିପାଇଁ ଅନଲାଇନ ଦର୍ଶନ ବନ୍ଦ ରହିବ । ପତିତପାବନଙ୍କର ନାଗାର୍ଜୁନ ବେଶ ହେବନାହିଁ ବୋଲି ସୂଚନା ରହିଛି । ସେହିପରି ନାଗାର୍ଜୁନ୍ ବେଶ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । କୌଣସି ଭକ୍ତ ସେବାୟତ ବେଶରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସେପଟେ ନାଗାର୍ଜୁନ ବେଶ ଦିନ ଭକ୍ତମାନେ ପତିତପାବନଙ୍କ ଦର୍ଶନ କରିପାରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ବୈଠକରେ ପୁରୀ ଜିଲ୍ଲାପାଳ, ଏସପି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ ।