ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଅଭଯୋଗରେ ବନ୍ଧାହେଲେ ଅଙ୍କ ଅଧ୍ୟାପକ। ସିଇଟି କଲେଜର ଗଣିତ ଅଧ୍ୟାପକ ପ୍ରଫେସର ଡ. ପ୍ରସନ୍ନ କୁମାର ମିଶ୍ରଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନ କୁମାରଙ୍କ ଖଣ୍ଡଗିରି ବାସ ଭବନ ସମେତ ଚାରୋଟି ସ୍ଥାନରେ କାଲି ଚଢ଼ଉ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କଠାରୁ 2 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସମ୍ପତି ମିଳିଥିଲା। ପ୍ରସନ୍ନ କୁମାରଙ୍କ ପତ୍ନୀ ମଧ୍ୟ ଜଣେ ଚୁକ୍ତିଭିତ୍ତିକ ଅଧ୍ୟାପିକା। ଉଭୟେ ସିଇଟି କଲେଜରେ ଅଧ୍ୟାପିକା ଓ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ।