କଟକ: କଟକ ଅର୍ଥଲଗାଣକାରୀ ସଂସ୍ଥା ଆଇଆଇଏଫଏଲରୁ ସୁନା ଲୁଟ ଘଟଣାରେ ଏକ ବଡ଼ ଖବର ଆସିଛି । ଲୁଟର ମାଷ୍ଟର ମାଇଣ୍ଡ ଜଣେ ଲେଡି ଅଫିସର ଥିବା ସୂଚନା ମିଳିଛି । ଲେଡି ଅଫିସରଙ୍କ ସମ୍ପୃକ୍ତି ନେଇ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ଆଇଆଇଏଫଏଲରେ ଏକ ପଦସ୍ଥ ଅଧିକାରୀଭାବେ ସମ୍ପୃକ୍ତ ଲେଡି ଅଫିସର କାର୍ଯ୍ୟରତ । ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ସହ ମିଶି ସେ କ୍ରାଇମପ୍ଲଟ କରିଥିଲେ । ଲୁଟ ପାଇଁ ଲେଡି ଅଫିସର ହିଁ ଅମ୍ରିତକୁ ବୁଦ୍ଧି ଦେଇଥିଲେ । ସମ୍ପୃକ୍ତ ଲେଡି ଅଫିସର ଅଟକ ଥିବା ଓ ତାଙ୍କୁ ଜେରା ଚାଲିଥିବା ସୂଚନା ମିଳିଛି । ଘଟଣାରେ ସଂସ୍ଥାର ଆଉ କିଛି ଅଧିକାରୀ ବି ସମ୍ପୃକ୍ତ ଥିବା ସୂଚନା ମିଳିଛି ।