ଭୁବନେଶ୍ୱର: ଆସନ୍ତା 29 ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗର ଦକ୍ଷିଣ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଅନ୍ୟପକ୍ଷରେ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ‘ନିଭାର’ ଦକ୍ଷିଣପୂର୍ବ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବେଳେ ବୁଧବାର ସକାଳେ ତାମିଲନାଡୁର ଚେନ୍ନାଇରେ ଅତି ପ୍ରବଳ ବୃଷ୍ଟିପାତ ହୋଇଛି। ଭୟଙ୍କର ସାମୁଦ୍ରିକ ବାତ୍ୟା ‘ନିଭାର’ ସମ୍ପ୍ରତି ଚେନ୍ନାଇ ଠାରୁ 380କିଲୋମିଟର ଦୂରରେ ରହି ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଆସନ୍ତା 12 ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏହା ଅତି ଭୟଙ୍କର ରୂପ ଧରି ବୁଧବାର ରାତିରେ ପୁଦ୍ଦୁଚେରୀ ନିକଟରେ ସ୍ଥଳଭାଗକୁ ପ୍ରବେଶ କରିବ। ଏହାଛଡ଼ା ହଜାର ହଜାର ଉଦ୍ଧାରକାରୀଙ୍କୁ ବିଭିନ୍ନ ଅଞ୍ଚଳରେ ମଧ୍ୟ ମୂତୟନ କରାଯାଇଛି।