ସୀତାରାମ ଅଗ୍ରଓ୍ବାଲ
ଚିଲିକା : ବିଭିନ୍ନ ଦାବି ନେଇ ଆଜି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦର ଡାକରା ଦେଇଥିବା ବେଳେ ଏହାର ପ୍ରଭାବ କୁହୁଡ଼ିରେ ଦେଖିବାକୁ ପଡୁଛି। ଆଜି ଜିଲ୍ଲାରେ କାର୍ଯ୍ଯରତ ବିଭିନ୍ନ ସଂଗଠନ କେନ୍ଦ୍ର ସରକାରଙ୍କ ମାରଣ ନୀତିକୁ ବିରୋଧ କରି ରାସ୍ତାକୁ ଓଲ୍ଲାଇଛନ୍ତି। ସର୍ବ ଭାରତୀୟ ବନ୍ଦର ପ୍ରଭାଵ ଦେଖିବାକୁ ମିଳିଛି କୁହୁଡିରେ। ମାର୍କସବାଦୀ କମ୍ମୁନିଷ୍ଟ ପାର୍ଟୀ ଟାଙ୍ଗୀ ବ୍ଲକ କୁହୁଡି ଶାଖା ପକ୍ଷରୁ କୁହୁଡି ନିକଟରେ ୧୬ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି।
ଶତାଧୀକ କର୍ମୀ କୁହୁଡି ଛକ ନିକଟରେ ଦଳୀୟ ପତାକା ଓ ବ୍ୟାନର ଧରି ରାସ୍ତାରୋକ କରୁଛନ୍ତି। ରାସ୍ତା ଅବରୋଧ କରିବା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ମାଲ ବାହୀ ଟ୍ରକ୍ । ଆଇନ୍ ଶ୍ରୁଙ୍ଖଳା ଦୃଷ୍ଟିରୁ ଟାଙ୍ଗୀ ପୋଲିସ୍ ସେଠାରେ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛି ।ଅନୁରୂପ ଭାବେ ବାଲୁଗାଁ ରେ ମଧ୍ୟ କମ୍ୟୁନିଷ୍ଟ ପାର୍ଟ ତରଫରୁ ବଜାରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।