ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ କ୍ୟାଡର ମାଓବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତ ମାଓବାଦୀଙ୍କ ନାଁ କିଶୋର ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି । ତେବେ ଘଟଣାସ୍ଥଳରୁ ଗୋଟିଏ ଏକେ47 ରାଇଫଲ, ବିସ୍ଫୋରକ ଜବତ ହୋଇଛି । ବର୍ତ୍ତମାନ ବି ସେଠାରେ ଅପରେସନ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।