Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଣଶିକ୍ଷା ବିଭାଗର ବିଜ୍ଞପ୍ତିକୁ ଫୁ କରି ଅଜବ ଚିଠି କଲେ ବି.ଇ.ଓ
ଆଜିର ଖବର

ଗଣଶିକ୍ଷା ବିଭାଗର ବିଜ୍ଞପ୍ତିକୁ ଫୁ କରି ଅଜବ ଚିଠି କଲେ ବି.ଇ.ଓ

November 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର:  ସରକାରଙ୍କ ନିର୍ଦ୍ଦେଶକୁ ନମାନି ଜଣେ ଯୁବ ଶିକ୍ଷା ଅଧିକାରୀ ଡେପୁଟେସନ ଚିଠି କରିବାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା ୨୪୪୧୦/୦୮.୧୧.୧୮ ରେ ସ୍ଥାୟୀ ହେଉ ବା ଅସ୍ଥାୟୀ ଶିକ୍ଷକ ବଦଳୀ କରିବା ପୂର୍ବରୁ ବ୍ଳକ ବା ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇ କରି ପାରିବେ । ମାତ୍ର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଫୁକରି ଜିଲ୍ଲାର ଜନୈକ ବି.ଇ.ଓ ନଭେମ୍ବର ୧୮ ମସିହା ଠାରୁ ମେ.୧୯ ମସିହା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନ ନେଇ ୧୧ ଜଣକୁ ଅସ୍ଥାହୀ ବଦଳୀ କରିଥିଲେ ବୋଲି କୁହାଯାଉଛି। ଅନ୍ୟ ପକ୍ଷରେ ପତ୍ର ସଂଖ୍ୟା ୧୫୭୪,୧୫୭୮,୧୫୮୨ ଓ ୧୫୯୦/୧୪.୯.୨୦ରେ ୧୬୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୫ମ ବର୍ଗ (କ) ରୁ ୫ମ ବର୍ଗ (ଖ)କୁ ପଦୋନ୍ନତି ପାଇ ଲିଖିତ ସ୍ଥାନମାନଙ୍କରେ ଯୋଗଦାନ କଲେ ଏବଂ ଯୋଗଦାନ ଦ୍ବାରା ଅସ୍ଥାହୀ ବଦଳି ସ୍ବତପ୍ରବୃତ ଭାବରେ ରଦ୍ଦ ହେଲା ବୋଲି ଶୁଣିବାକୁ ମିଳୁଛି।

ସୂଚନାନୁଯାୟୀ ଅସ୍ଥାୟୀ ବଦଳି ପାଇଁ ଅର୍ଥ କାରବାର କରାଯାଇଛି ବୋଲି ନିକଟ ସ୍କୁଲକୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ହୋହାଲ୍ଲା କରିଥିବା ଶୁଣିବାକୁ ମିଳୁଛି ।  ଅର୍ଥ ଆଦାୟ ବିଷୟ ଧରାପଡି ଯିବା ଭୟରେ ଜୈନିକ ବରିଷ୍ଠ କିରାଣୀ  ସହକାରୀ ଶିକ୍ଷା ଅଧିକାରୀଙ୍କୁ କରାୟତ କରି ମୌଖିକ ନିର୍ଦ୍ଦେଶ ନାମା ଜାରିକରିବା ସହ ପୁରୁଣା ଡେପୁଟେସନ ଅନୁସାରେ କାମ କରିବାକୁ କୁହାଯାଇଥିବା ଶୁଣିବାକୁ ମିଳୁଛି ।ଏହି ମୌଖିକ ନିର୍ଦ୍ଦେଶ ନାମାକୁ କେତେକ ସ୍ଥାନରେ ପ୍ରଧାନ ଶିକ୍ଷକ ଗ୍ରହଣ କରିଥିବା ସମୟରେ କେତେକ ସ୍ଥାନରେ ଗ୍ରହଣ କଲେ ନାହିଁ ବୋଲି କୁହାଯାଉଛି । ଏମିତିକି ଶୁଣିବାକୁ ମିଳୁଛି ଗ୍ରହଣ କରି ନଥିବା ପ୍ରଧାନ ଶିକ୍ଷକଙ୍କୁ ଧମକ ଚମକ ଦେଇ ଯୋଗଦାନ କରାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେଥିରେ ବିଫଳ ହେଲା ପରେ କାର୍ଯ୍ୟାଳୟ ପକ୍ଷରୁ ଏକ ଆଶ୍ଚର୍ଯ୍ୟ ଜନକ କିମ୍ବୁତ କିମ୍ବାକାର ଚିଠି ପତ୍ର ସଂଖ୍ୟା ୧୯୨୫/୨୦.୧୧.୨୦ କରାଯାଇଥିବା ବେଳେ ସେଥିରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ନାମ ନାହିଁ କି କେଉଁ ସ୍କୁଲକୁ ହୋଇଛି ତାର ମଧ୍ୟ ନାମ ଗନ୍ଧ ନଥିବା ଭଳି ଏକ ଚିଠି ହୋଇଥିବା ଏବେ ଜିଲ୍ଲାସାରା ଚର୍ଚ୍ଚାର ବିଷୟ ହୋଇଛି।

ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଚିଠିକୁ ଅଣଦେଖା କରି ଜଣେ ଯୁବ ଶିକ୍ଷା ଅଧିକାରୀ କିପରି ଭାବେ ଏମିତି ଏକ କିମ୍ବୁତ କିମ୍ବାକାର ଅଜବ ଚିଠି କଲେ ତାକୁ ନେଇ ଶିକ୍ଷାବିତ୍‌ମାନେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ କେଉଁ ସ୍ୱାର୍ଥ ମାୟାରେ ବାୟା ହୋଇ ବି.ଇ.ଓ. ଏପରି କରିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଦେଖିବାକୁ ଗଲେ ପୈରାଞ୍ଚଳର ଦୁଇଟି ବିଦ୍ୟାଳୟ ମିଶ୍ରଣ ହୋଇଥିବାରୁ ବଳକା ଶିକ୍ଷକ ବା ଶିକ୍ଷୟିତ୍ରୀ ମାନଙ୍କୁ ଅବସ୍ଥାପିତ  ନକରି ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ପୈାରାଞ୍ଚଳ ବାହାରୁ ଶିକ୍ଷୟିତ୍ରୀ ଆଣି ଅବସ୍ଥାପିତ କରିବା କେତେ ଯଥାର୍ଥ  ତାହା ବିଚାରଯୋଗ୍ୟ ବିଷୟ ବୋଲି କୁହାଯାଉଛି । ଏଠି ପ୍ରଶ୍ନ ଉଠୁଛି ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସୁ ନଥିବା ସମୟରେ ତରବରିଆ ଭାବରେ  ନିର୍ଦ୍ଦେଶ ଦେବାର ଆବଶ୍ୟକ କଣ ? ଅର୍ଥ ପାଇଁ ଏପରି ନାଟକ ବୋଲି ସାଧାରଣରେ ଆଲେଚନା ହେଉଛି। ଏଥିସହିତ ଉକ୍ତ ଘଟଣା ଜିଲ୍ଲାପାଳଙ୍କ ଦ୍ବାରା ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବା ସହିତ କିଛି ପଦାଧିକାରୀଙ୍କ ମୁଖା ଖୋଲି ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.