
ପୁରୀ, ସେବାୟତଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ଆଜି ମହାପ୍ରଭୃଙ୍କ ନାଗାର୍ଜ୍ଜୁନ ବେଶ ତିନି ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି। ମନ୍ଦିର ଭିତରେ ସୁନା ଭଣ୍ଡରରେ ସୁନା ଗଣତି ନେଇ ଏହି ବିବାଦ ଉପୁଜିଥିଲା। ଏହି ବିବାଦ ମେକାପ ସେବାୟତ ଏବଂ ଖୁଣ୍ଟିଆ ସେବାୟତ ମଧ୍ୟରେ ଦେଖାଯାଇଥିଲା। ସେହିପରି ସେବା ନ ଥିବା କେତେକ ସେବାୟତ ମନ୍ଦିର ଭିତରେ ରହିବା ଯୋଗୁଁ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ତେବେ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ଏହି ବିବାଦର ସମାଧନ ହୋଇଥିଲା। ଫଳରେ ଭୋର 4ଟାରୁ ଆରମ୍ଭ ହେବାକୁ ଥିବା ନାଗାର୍ଜ୍ଜୁନ ବେଶ ସକାଳ 7ଟାରେ ଆରମ୍ଭ ହୋଇଥିଲା।
Tags: Nagrjunna, ନାଗାର୍ଜ୍ଜୁନ ବେଶ