ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ : ଗୁରୁବାର ପୂର୍ବାହ୍ନରେ ଆଇଏନ୍ଏସ୍ ଚିଲିକାରେ ସମ୍ବିଧାନ ଦିବସ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ କମାଣ୍ଡିଂ ଅଫିସର୍ କମୋଡର ଋତୁରାଜ ସାହୁ ନୈତିକତା, ଆଦର୍ଶବାଦୀ ଏବଂ ଆତ୍ମକୌଶଳ ଉପରେ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଅନୁଷ୍ଠିତ ସଭାରେ ଆଡମିନ୍, ଶିକ୍ଷା, ପୂର୍ତ୍ତୀ ଏବଂ ଟ୍ରେନିଂ ବିଭାଗର ସମସ୍ତ ପ୍ରଶିକ୍ଷାର୍ଥୀଙ୍କ ସହ ଅସୈନିକ ବିଭାଗର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।