ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଅଭୟକାନ୍ତ ପାଠକଙ୍କୁ ସାରାରାତି ଜେରା କରାଯାଇଛି । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଯାଂଚ ଚାଲିଥିବା ବେଳେ ବାପା ପୁଅଙ୍କୁ ମୁହାଁମୁହିଁ ବସାଇ ସାରା ରାତି ଜେରା କରିଛି ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ସେଲ ଶାଖା କାର୍ଯ୍ୟାଳୟରେ ଅଭୟକାନ୍ତ ପାଠକ ପୁଅ ଆକାଶ ପାଠକ ପୁତୁରା ହର୍ଷ ପାଠକ ଏବଂ ଡ଼୍ରାଇଭରଙ୍କୁ ଜେରା କରାଯାଇଛି । ଏପରିକି ଚାରିଜଣଙ୍କୁ ଏକାଠି ବସାଇ ମୁହାଁମୁହିଁ ଜେରା କରିଛି ଭିଜିଲାନ୍ସ । ଜେରାରେ ଭିଜିଲାନ୍ସର ବଛାବଛା ଅଧିକାରୀ ନିୟୋଯିତ ହୋଇଥିଲେ । ପାଠକଙ୍କ ପ୍ରାୟ 9କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତି ଠାବ ହୋଇଛି । ତେଣୁ ସଂଧ୍ୟା ସୁଧା ତାଙ୍କୁ ଗିରଫ କରିବା ପାଇଁ ପ୍ରାୟସ ଚଳାଇଛି ଭିଜିଲାନ୍ସ ।
ଆଜି କ୍ୟାପିଟାଲ ହସ୍ପିଟାଲରେ ଆଇଏଫଏସ ଅଭୟ ପାଠଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଅଭୟଙ୍କ ସହ ତାଙ୍କ ପୁଅ ଆକାଶ ପାଠକଙ୍କ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଅଭୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କିଛି ଠକେଇ ହୋଇନି, ସବୁ ଯଥାର୍ଥ ଅଛି । ତାଙ୍କ ପୁଅ ତାଙ୍କ ଟଙ୍କାରେ ଅୟସ କରୁନଥିଲା, ତା’ର ମାସିକ ଦରମା କୋଟିଏ ଟଙ୍କା ବୋଲି କହିଛନ୍ତି ଅଭୟ । ବିଭାଗରେ ଥାଇ ଅର୍ଥ ହଡପ କରିନାହାନ୍ତି ବୋଲି କହିଛନ୍ତି ପାଠକ ।