ଭୁବନେଶ୍ୱର: ବିଧାନସଭାର ଅପରାହ୍ନ ଅଧିବେଶନରେ ବି ପୁଣି ହୋହାଲ୍ଲା ହୋଇଛି । ପରୀ ହତ୍ୟା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ ହୋଇଛି । ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିବା ସହ ନାରାବାଜି କରିଛନ୍ତି। ପରୀ ହତ୍ୟା ମାମଲାରେ ଏସଆଇଟି ଗଠନ ନିଷ୍ପତ୍ତି ହୋଇନଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତ୍ତିରୁ ଏହା ଜଣାପଡ଼ୁଛି ବୋଲି ଶ୍ରୀ ନାଏକ କହିଛନ୍ତି । ସରକାର ଘଟଣା ଉପରେ ଗୁରୁତ୍ୱ ଦେଉନାହାନ୍ତି ବୋଲି ସେ କହିଛନ୍ତି । ବିଜେପି ଏହି ମାମଲାରେ ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ବିରୋଧୀ ଜିଦ୍ରେ ଅଟଳ ରହିବାରୁ କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଛି ।