ଭୁବନେଶ୍ବର : ବିଧାନସଭା ସାମ୍ନାରେ ପୁଣି ହାଇଡ୍ରାମା ହୋଇଛି । ପୁଣି ଥରେ ବିଧାନସଭା ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ ହୋଇଛି । ବିଧାନସଭା ସାମ୍ନାରେ ତିନିଜଣ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଆଠଗଡର ତିନି ଚାଷୀଙ୍କ କିରାସିନି ଢାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି । କିରାସିନ ଢାଳିବା ବେଳେ କାବୁ କଲେ ସୁରକ୍ଷା କର୍ମଚାରୀ । ଆଠଗଡ ସମବାୟ ବ୍ୟାଙ୍କ ଋଣ ଜାଲିଆତି ପାଇଁ ଆତ୍ମାହୂତି ଉଦ୍ୟମ କରିଥିଲେ । ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନିଆଯାଇଥିବା ଅଭିଯୋଗ ହୋଇଛି । ସେମାନେ ଋଣ କରିନଥିଲେ ବି ସେମାନଙ୍କ ନାଁରେ ଟଙ୍କା ଉଠାଯାଇଛି ।