ନୂଆଦିଲ୍ଲୀ: ଦୁଇ ଚକିଆ ଯାନ ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ଦୁର୍ଘଟଣା ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି । ବିଶେଷ କରି ହେଲମେଟ୍ ପିନ୍ଧି ନଥିବା କିମ୍ବା ନିମ୍ନମାନର ହେଲମେଟ ପିନ୍ଧିଥିବା ଚାଳକମାନଙ୍କ ପାଇଁ ଆହତ ଜନିତ ସମସ୍ୟା ବଢ଼ି ଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ଦୁଇଚକିଆ ଚାଳକଙ୍କ ପାଇଁ କେବଳ ଭାରତରେ ନିର୍ମିତ ହେଉଥିବା ବିଆଇଏସ ମାର୍କା ହେଲମେଟ୍ର ନିର୍ମାଣ ଓ ବିକି୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଦେଶରେ ଦୁଇ ଚକିଆ ଯାନର ଚାଳକମାନେ ନିମ୍ନମାନର ହେଲମେଟ୍ ପିନ୍ଧିବାକୁ ଏଡାଇ ଦିଆଯାଇପାରିବ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଗତ 26 ତାରିଖରେ ଏ ନେଇ ନିଦେ୍ର୍ଧଶନାମା ଜାରି ହୋଇଛି । ଏହି ନିଷ୍ପତ୍ତି 2021 ଜୁନରୁ ଲାଗୁ ହେବ ।
ଦେଶର ଜଳବାୟୁ ଦୃଷ୍ଟିରେ ରଖିବା ସହିତ ଦୁଇ ଚକିଆ ଯାଜନ ଚାଳକମାନେ ଯେଭଳି ହେଲମେଟ୍ ପିନ୍ଧିବେ ସେଥିପାଇଁ ଗୋଟିଏ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟର ଏକ କମିଟି ନିଦେ୍ର୍ଧଶ ଦେଇଥିଲା । ଏହି ନିଦେ୍ର୍ଧଶ ଅନୁଯାୟୀ କମିଟି ଗଠନ ହୋଇଥିଲା । ଏଣିକି ବିନା ହେଲ୍ମେଟ୍ରେ ଗାଡ଼ି ଚଳାଇ ଧରାପଡ଼ିଲେ ଏଣିକି ତିନି ମାସ ଲାଗି ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ବାତିଲ୍ କରାଯିବ। ଏଥିସହ ସମ୍ପୃକ୍ତ ଗାଡ଼ି ଚାଳକଙ୍କୁ 1 ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି ରାଜ୍ୟ ପରିବହନ ବିଭାଗ ତରଫରୁ ନିର୍ଦ୍ଦେଶ ରହିଛି । ସେହିପରି ବିଆଇଏଏସ୍ ମାର୍କା ବାଲା ହେଲ୍ମେଟ୍ ପିନ୍ଧିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । (ଏଜେନ୍ସି)