ଭୁବନେଶ୍ବର : ପରୀ ହତ୍ୟା ଝଡରେ ଅଚଳ ହୋଇପଡିଛି ବିଧାନସଭା । ସିବିଆଇ ତଦନ୍ତ ଦାବିରେ ଅଟଳ ରହିଛି ମୁଖ୍ୟ ବିରୋଧୀ ଦଳ ବିଜେପି । ଗତକାଲି ଏହାକୁ ନେଇ ବିଧାନସଭାରେ ତମ୍ବିତୋଫାନ ଦେଖାଦେଇଥିଲା । ବିଧାନସଭାରେ ପରୀ ତାତି ଥମିବାରେ ନାଁ ଧରୁନାହିଁ । ବିଜେପି ସଦସ୍ୟମାନେ ହୋହଲ୍ଲା କରିଛନ୍ତି । 11ଟା 30 ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ରଖିଛନ୍ତି । ଗୃହ ମୁଲତବୀ ହେବା ପରେ ବିଜେପି ସଦସ୍ୟମାନେ ଗାନ୍ଧି ପ୍ରତିମୂ୍ତ୍ତି ତଳେ ଧାରଣା ଦେଇଛନ୍ତି । ପରୀ ହତ୍ୟା ମାମଲାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ବିଧାୟକମାନେ ।