ଭୁବନେଶ୍ୱର : ନିର୍ଦ୍ଧାରିତ ସମୟର ମାସେ ପୁର୍ବରୁ ବନ୍ଦ ହେଲା ବିଧାନସଭା ଅଧିବେଶନ । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି । କୋଭିଡ୍ କଟକଣା ଭିତରେ ମାତ୍ର 10 ଦିନରେ ଅଧିବେଶନ ସରିଛି । ସରକାରୀ ଦଳର ମୁଖ୍ୟ ସଚେତକ ଅନିର୍ଦ୍ଦିଷ୍ଟ କାଳ ମୁଲତବୀ ପ୍ରସ୍ତାବ ଆଣିଥିଲେ । ପ୍ରସ୍ତାବକୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ । ବିଜେଡି ବିଧାୟକ ଅମର ଶତପଥୀ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରସ୍ତାବକୁ ବିରୋଧ କରିଥିଲେ । ଏହି ଶୀତକାଳୀନ ଅଧିବେଶନ ଡିସେମ୍ବର 30 ଯାଏଁ ହେବାକୁ ଥିଲା । ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ପରୀ ମାମଲାରେ ବିରୋଧୀଙ୍କ ପ୍ରବହ ହଟ୍ଟଗୋଳ ଜାରି ରହିଛି । ତେବେ ହଟ୍ଟଗୋଳ ମଧ୍ୟରେ 11 ହଜାର 700 କୋଟି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି ।