ଭୁବନେଶ୍ବର : ରାଜ୍ୟରେ କରୋନା ଗ୍ରାଫ୍ ଧୀରେ ଧୀରେ ତଳକୁ ଖସିଛି । ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା 500ରୁ କମ୍ ରହିଛି । ଏହାରି ମଧ୍ୟରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ଏହି କ୍ରମରେ ସମସ୍ତ ରୁଟ୍ରେ ମାେ ବସ୍ ଚଳାଚଳ କରିବା ବୋଲି ସୂଚନା ରହିଛି ।
ଆସନ୍ତାକାଲିଠାରୁ ସବୁ ରୁଟ୍ରେ ମୋ ବସ୍ ଚଳାଚଳ କରିବ । କେବଳ ରୁଟ୍ ନମ୍ବର 29କୁ ଛାଡି ଅନ୍ୟ ସବୁ ରୁଟ୍ରେ ମୋ’ ବସ୍ ଚାଲିବ । ଏନେଇ ବସ୍ ପରିଚାଳନାକାରୀ ‘କ୍ରୁଟ୍’ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୋ’ ବସ୍ ଚଳାଚଳ ଉପରେ କଟକଣା ଜାରି କରାଯାଇଥିଲା । ତେବେ ରାଜ୍ୟରେ ଅନଲକ୍ ଲାଗୁ ହେବା ପରେ ପର୍ଯ୍ୟାୟକ୍ରମେ ମୋ ବସ୍ ଆରମ୍ଭ କରାଯାଇଥିଲା । ନଭେମ୍ବର ମାସ ସୁଦ୍ଧା 17ଟି ରୁଟ୍ରେ ମୋ’ ବସ୍ ଚଳାଚଳ କରୁଥିଲା । ତେବେ କୋଭିଡ୍ କଟକଣାକୁ ଧ୍ୟାନରେ ରଖି ମୋ’ ବସ୍ ଚଳାଚଳ କରୁଛି। ନିୟମିତ ବିଶୋଧନ ସହ ସାମାଜିକ ଦୂରତ୍ବା ଏପରି ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି ।