ନୟାଗଡ : ନୟାଗଡ ପରୀ ହତ୍ୟା ମାମଲାରେ ଏନ୍ସିପିସିଆର ରିପୋର୍ଟ ତଲବ କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କଲେ ଏନ୍ସିପିସିଆର୍ । ଏନ୍ସିପିସିଆର୍ ନିଜ ତରଫରୁ ମାମଲା ରୁଜୁ କରି ନୋଟିସ୍ କରିଛନ୍ତି ଏନ୍ସିପିସିଆର୍ । ତଦନ୍ତର ଅଗ୍ରଗତି ସହ କିଛି ଦସ୍ତାବିଜ୍ 10 ଦିନ ମଧ୍ୟରେ ଦାଖଲ ନିର୍ଦ୍ଦେଶ ରହିଛି । ପୀଡ଼ିତାର ବୟସ ପ୍ରମାଣପତ୍ର, ଏତଲା କପି, ପିଏମ୍ ରିପୋର୍ଟ ଦାଖଲ ନିର୍ଦ୍ଦେଶ ରହିଛି। ଅଭିଯୁକ୍ତଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ହୋଇଛି ଜଣାଇବାକୁ ମଧ୍ୟ ଏନ୍ସିପି ସିଆର୍ ନିର୍ଦ୍ଦେଶ ଦେଇଛି। ବର୍ତ୍ତମାନ ମାମଲାର ସ୍ଥିତି ଏବଂ ଅନ୍ୟାନ୍ୟ କାଗଜାତ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଜି ପରୀ ହତ୍ୟା ମାମଲାକୁ ନେଇ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିସନ (ଏନସିପିସିଆର୍)ଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଭେଟିଛନ୍ତି। ପରୀକୁ ନ୍ୟାୟ ଦେବା ଲାଗି ସମ୍ବିତ ପାତ୍ର ଏକ ସ୍ମାରକ ପତ୍ର ଦେଇ ଦାବି ଜଣାଇଥିଲେ। ଏନସିପିସିଆର୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁ ଓ ହତ୍ୟାରେ ଅଙ୍ଗ ତସ୍କରୀ ହୋଇଛି କି ନାହିଁ ତଦନ୍ତ କରୁ ବୋଲି ଦାବି କରିଥିଲେ ସମ୍ବିତ୍ ।