ଭୁବନେଶ୍ୱର : ଆଇଏଫଏସ ଅଭୟକାନ୍ତ ପାଠକ ଗିରଫ ମାମଲାରେ ଖୋଳତାଡ ଜାରି ଜାରି ରହିଛି । ଏହାରି ମଧ୍ୟରେ ଆଜି ଭିଜିଲାନ୍ସ ନିକଟରେ ହାଜର ହୋଇଛନ୍ତି ଅଭୟ ପାଠକଙ୍କ ଡ୍ରାଇଭର । ପୂର୍ବରୁ ରେଡ ବେଳେ ଡ୍ରାଇଭରଙ୍କ ଘରୁ 20 ଲକ୍ଷ ଟଙ୍କା ଜବତ ହୋଇଥିଲା । ଡ୍ରାଇଭର କୁମାରାତକୁ ପଚରାଉଚରା କରିବ ଏସଆଇଟି । ଡ୍ରାଇଭରକୁ କାଲି ହାଜର ପାଇଁ କଲ୍ କରିଥିଲା ଏସଆଇଟି । ଡ୍ରାଇଭରକୁ ଜେରା ସମୟରେ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା ରହିଛି । ଅନ୍ୟପଟେ ଏହି ମାମଲା ସହ ସମୃକ୍ତ ପାଞ୍ଚ ବ୍ୟାଙ୍କ ର୍କମଚାରୀ ମଧ୍ୟ ଭିଜିଲାନ୍ସରେ ହାଜର ହୋଇଛନ୍ତି ।