ରମେଶ ମହାନ୍ତି
ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଆର୍ଥକ କାଗକ ତନଖି କରିବା ନାମରେ ବିଇଓଙ୍କ କାର୍ଯ୍ୟାଳୟକୁ ଡାକି ଜଣ ପିଚ୍ଛା ୫୦୦ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ଅଭିଯୋଗ ଚର୍ଚ୍ଚା ହେଉଛି । ଏହାକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା କୁହାଯାଉଛି । ସୂଚନାନୁଯାୟୀ ଏପରି ଘଟଣା ଏରସମା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ହେଉଥିବା ଅଭିଯୋଗ ହେଉଛି । ବ୍ଲକର ସମସ୍ତ ବିଦ୍ୟାଳୟକୁ ଅଡିଟ କରିବାକୁ ଖବର ଦେଇ ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀମାନଙ୍କୁ ଡକାଇ ବିଦ୍ୟାଳୟର ଆର୍ଥକ କାଗକ ତନଖି ହେବା ନାମରେ ବିଦ୍ୟାଳୟ ପିଚ୍ଛା ୫୦୦ଟଙ୍କା ଲେଖାଏଁ ଆଦାୟ ହେଉଥିବା ଚର୍ଚ୍ଚା ହେଉଛି ।ଏ ବିଷୟରେ ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ମୁଁ କିଛି ଜାଣିନାହିଁ ବୋଲି ସେ ବେପରୁଆ ଭାବରେ ପ୍ରକାଶ କରିଛନ୍ତି। ଉକ୍ତ ଘଟଣାକୁ ଘଣ୍ଟ ଘୋଡ଼ାଇବା ପାଇଁ ସେ ଏପରି ଉତ୍ତର ଦେଇଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।