ଭଦ୍ରକ : ଟ୍ରକ୍କୁ ମୋଟା ଅଙ୍କର ଜରିମାନା ହୋଇଛି । ଆଇରନ୍ ବୋଝେଇ ଟ୍ରକକୁ 87 ହଜାର 620ଟଙ୍କା ଜରିମାନା ହୋଇଛି। ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ଏହି ଜରିମାନା କରିଛି। ଓଭର ଲୋଡ଼ିଂ ଓ ପରମିଟ୍ ନଥିବାରୁ ଟ୍ରକ୍କୁ ଏହି ମୋଟା ଅଙ୍କର ଜରିମାନା କରାଯାଇଛି। ସୂଚନା ଅନୁଯାୟୀ, ଟ୍ରକଟି ତାମିଲନାଡୁ ରାଜ୍ୟର ହୋଇଥିବାବେଳେ ଏହି ଟ୍ରକଟି ଝାଡ଼ଖଣ୍ଡରୁ ବିଶାଖାପାଟନମ ଯାଉଥିବା ବେଳେ ନିୟମଠାରୁ ଅଧିକ ଓଜନର ସାମଗ୍ରୀ ପରିବହନ କରୁଥିଲା ବୋଲି ସୂଚନା ରହିଛି । ଏପରିକି ଟ୍ରକ୍ର ପରମିଟ ନଥିଲା। ଭଦ୍ରକଠାରେ ଆରଟିଓ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଟ୍ରକ୍ଟି ଧରା ପଡ଼ିଥିଲା।
ସୂଚନାଯୋଗ୍ୟ, ରାଜ୍ୟରେ ପୁଣିଥରେ କଡାକଡି ହୋଇଛି ଟ୍ରାଫିକ୍ ନିୟମ । ଡିସେମ୍ବର 1ରୁ ରାଜ୍ୟରେ ଟ୍ରାଫିକ୍ ନିୟମ ଯାଞ୍ଚ ହେଉଛି ।