ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ : ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସରନଇ 16 ନମ୍ବର ଜାତୀୟ ରାଜପଥ କଡ଼ ବିଲ ଭିତରୁ ବାଲୁଗାଁ ପୋଲିସ ଏକ ଅଜଣା ବ୍ୟକ୍ତିଙ୍କ ଶବକୁ ଜବତ କରିଛି । ଉକ୍ତ ମୃତ ଶରୀରଟି ଏକ ଶାଗୁଆନ ଗଛରେ ଝୁଲି ରହିଥିବାର ଖବର ମିଳିଛି । ଶବ ଟି ସମ୍ପୂର୍ଣ ରୂପରେ ପଚି ଯାଇଥିବାରୁ ଏହାର ପରିଚୟ ମିଳିପାରିନାହିଁ ତେବେ ମୃତ ବ୍ୟକ୍ତିଙ୍କ ବୟସ ପାଖାପାଖି 50 ବର୍ଷ ହେବ ଏବଂ ଏ ଘଟଣାଟି 3 ଦିନ ପୂର୍ବରୁ ଘଟିଛି ବୋଲି ଅନୁମାନ କରାଯାଉଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ଏଯାଏଁ ଜଣା ପଡିନି । ବାଲୁଗାଁ ପୋଲିସ ଏ ବାବଦରେ ଅଧିକ ଛାନ ବିନ କରିବା ସହ ଶବ ବ୍ୟବଛେଦ ପାଇଁ ବାଣପୁର ମେଡିକାଲକୁ ପଠାଇଦେଇଛି। ତେବେ ବାଣପୁର ମେଡ଼ିକାଲରେ ଆଜି ଡାକ୍ତରଙ୍କ ଅଭାବ ଥିବାରୁ ଶବ ବ୍ୟବଛେଦ ପାଇଁ ଖୋର୍ଦ୍ଧା ଡାକ୍ତରଖାନା ପଠାଯିବ ବୋଲି ତଦନ୍ତକାରୀ ଅଧିକାରୀ ସୁଦର୍ଶନ ସେଠି ସୂଚନା ଦେଇଛନ୍ତି। ବାଲୁଗାଁ ପୋଲିସ ଏ ସଂକ୍ରାନ୍ତରେ 13/20 ରେ ଏକ ଅପମୃତ୍ୟ ମାମଲା ରୁଜୁକରି ତଦନ୍ତ ଜାରିରଖିଛି।